Breaking News

ଚନ୍ଦ୍ରଭାଗା ପୋଏଟ୍ରି ଫେଷ୍ଟିଭାଲ ଉଦଘାଟିତ

କୋଣାର୍କ----  ଶନିବାର ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଷଷ୍ଟ ବାର୍ଷିକ ଚନ୍ଦ୍ରଭାଗା ପୋଏଟ୍ରି ଫେଷ୍ଟିଭାଲ ଉଦଘାଟିତ ହୋଇଯାଇଛି । ସେଞ୍ଚୁରିଆନ ୟୁନିଭରସିଟି ଓ ଚନ୍ଦ୍ରଭାଗା ପୋଏଟ୍ରି ଫେଷ୍ଟିଭାଲ କମିଟିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସାରସ୍ୱତ ସମ୍ମଳନିରେ ଭାଷାବିତ୍ ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିଲେ  । ଚନ୍ଦ୍ରଭାଗା ପୋଏଟ୍ରି ଫେଷ୍ଟିଭାଲ କମିଟିର ସଭାପତି ପ୍ରଫେସର ମନୋରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ କବୟିତ୍ରୀ ସବିତା ସିଂହ ଏହି ଫେଷ୍ଟିଭାଲର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।  କବିତା ପାଠ ଓ ପଠିତ କବିତାକୁ ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ଆନ୍ତର୍ଜତିକ ଖ୍ୟାତିସମ୍ପର୍ଣ୍ଣ କବି ପ୍ରଫେସର ଜୟନ୍ତ ମହାପାତ୍ର, ଫରାସୀ କବି ଲାରା ଦୋଫା ଓ ୟୁଭେସ ୱାଲେଟ, ପ୍ରଫେସର ଅଶ୍ୱିନୀ କୁମାର, ପ୍ରଫେସର ଅପର୍ଣ୍ଣାମହାନ୍ତି, ଗୋପିନାଥ ବାଗ, ବାସୁଦେବ ସୁନାନୀ, ଆଶୁତୋଷ ପରିଡା, ବିଜୟ ଉପାଧ୍ୟାୟ, ବିରାଜା ବାଳା, ସରୋଜ, କୁମାର ହାସନ, ଦିପକ ସାମନ୍ତରାୟ, ଶ୍ରୀନିବାସ ଗୋସ୍ୱାମୀ, ଇନାମ ଗୋମାଙ୍ଗ, ନୃପେନ୍ଦ୍ର ଠାକୁର, ଚୈତ୍ରମ ନାଗ ପ୍ରମୁଖ ଯୋଗ ଦେଇ ସ୍ୱରଚିତ କବିତା ପାଠ ଓ ଆଲୋଚନା ଚକ୍ରରେ ଭାଗ ନେଇଥିଲେ  । ଦୁଇଦିନ ବ୍ୟାପି ଆୟୋଜିତ ହେଉଥିବା ଏହି କବିତା ଉତ୍ସବରେ ଅଷ୍ଟ୍ରେଲିଆ ଓ୨ଜଣ ଫରାସୀ କବିଙ୍କ ସମେତ ଓଡିଶା ତଥା ରାଜ୍ୟ ବାହାରୁ ୫୦ଜଣ କବି ଓ କବୟିତ୍ରୀ ଯୋଗଦେଇ ଓଡିଆ, ହିନ୍ଦୀ ଓ ଇଂରାଜୀ କବିତା ପାଠ ଓ ଆଲୋଚନା ଚକ୍ରରେ ଭାଗ ନେଇଛନ୍ତି । ଏଥିସହ ଏହି କବିତା ପାଠ ଓ ଆଲୋଚନାଚକ୍ରରେ  କେତେକ ଛାତ୍ରଛାତ୍ରୀ ଓ ଯୁବକଯୁବତୀ ମଧ୍ୟ କବିତାପାଠ କରିବାର କାର୍ଯ୍ୟକ୍ରମ ରହିଛି । ଇନଷ୍ଟିଚ୍ୟୁଟ ଅଫ୍ ନଲେଜ ସୋସାଇଟିର ନିର୍ଦ୍ଦେଶକ ପ୍ରଫେସର ଚନ୍ଦ୍ରଭାନୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସାମ୍ବାଦିକ ପ୍ରଦ୍ୟୁତ ବିଶ୍ୱାଳ ଓ ଶିବପ୍ରସାଦ ମହାନ୍ତି ପ୍ରମୁଖଙ୍କ ସମେତ ଇନଷ୍ଟିଚ୍ୟୁଟ ଅଫ୍ ନଲେଜ ସୋସାଇଟି ଓ ସଞ୍ଚୁରିଆନ ୟୁନିଭରସିଟର ଛାତ୍ରଛ୍ରତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ
 A Maliki
konark

Blog Archive

Popular Posts