Breaking News

ସମାଜସେବୀ ବିରେନ୍ଦ୍ର ମିଶ୍ର ପାଇଲେ"ସେବା ରତ୍ନ" ସମ୍ବାନ


 N das
Baragarh 
 ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା "ଆମସହର ଦାୟିତ୍ବ ଆମର"କମିଟିର ଉଦ୍ୟୋକ୍ତା ତଥା ଅବସରପ୍ରାପ୍ତ ରେଭିନ୍ୟୁବିଭାଗ କର୍ମଚାରୀ ଶ୍ରୀ ବୀରେନ୍ଦ୍ର ପ୍ରସାଦ ମିଶ୍ରଙ୍କୁ ଆଜି ବାଲେଶ୍ଵରର ଅନନ୍ତପୁର ଠାରେ ପଦ୍ମଲୋଚନ ପାଠାଗାରର ୨୩ତମ ବାର୍ଷିକ ଉତ୍ସବରେ ସେବାରତ୍ନ ସମ୍ବାନରେ ସମ୍ବାନୀତ କରାଯାଇଛି।ଏହି ଉତ୍ସବରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ସଦସ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଯାତ୍ରା କଳାକାର ଦୈତାରୀ ପଣ୍ଡା ସମ୍ବାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଅଭୟ ସୁଅର ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ। ପଦ୍ମଲୋଚନ ମହାକୁଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ମହନୀୟ କାର୍ଯ୍ୟ ପାଇଁ ଅନେକ ବ୍ୟକ୍ତିଙ୍କୁ ସମ୍ବାନୀତ କରାଯାଇଥିଲା । ଶ୍ରୀ ମିଶ୍ର ଏହି ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି ଅଟନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts