ମହିଳା ଗୋଷ୍ଠୀଙ୍କୁ ଛତୁ ଚାଷ ସମ୍ପର୍କେ ପ୍ରଶିକ୍ଷଣ ଶିବିର
ସାକ୍ଷୀଗୋପାଳ ------ମିଶନ ଶକ୍ତି ଓ କୃଷି ଊଦ୍ୟାନ ବିଭାଗର ମିଳିତ ସହଯୋଗରେ ସତ୍ୟବାଦୀ, କଣାସ, ପିପିଲି ଓ ଡେଲାଙ୍ଗ ବ୍ଳକର ୬୦ ଗୋଟି ମହିଳା ଗୋଷ୍ଠୀଙ୍କୁ ଛତୁ ଚାଷ ନିମନ୍ତେ ଚାରି ଦିନିଆ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ଶିବିର ସତ୍ୟବାଦୀ ଆତ୍ମାର ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ କୃଷି ଓ ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ପତି ତପାବନ ସାମନ୍ତରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦେବଦସ ଦତ୍ତ ଯୋଗଦେଇ ଛତୁ ଚାଷରେ ଅଳ୍ପ ଅର୍ଥ ଖର୍ଚ୍ଚ କରି ଅଧିକ ଲାଭ ହୋଇ ପାରିବେ ବୋଲି କହିଥିଲେ । ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସୁମିତ୍ରା ଆଚାର୍ଯ୍ୟ ତାଲିମ ପ୍ରଦାନ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି