ବିଜେପି ରାଜ୍ୟ ସଭାପତିଙ୍କୁ ସତ୍ୟବାଦୀରେ ସ୍ୱାଗତ
ସାକ୍ଷୀଗୋପାଳ---- ସାକ୍ଷୀଗେ।।ପଳ ବସଷ୍ଟାଣ୍ଡ ନିକଟରେ ନୂତନ ରାଜ୍ୟ ବିଜେପି ସଭାପତି ସମୀାର ମହାନ୍ତିଙ୍କୁ ସତ୍ୟବାଦୀ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି । ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯିବା ସମୟରେ ତାଙ୍କ ସାଙ୍ଗରେ ସତ୍ୟବାଦୀର ବିଜେପି ନେତା ଓମ ପ୍ରକାଶ ମିଶ୍ର ରହିଥିଲେ । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ବିଜେପି ଯୁବ ନେତା ଦୀପକ ଶତପଥୀଙ୍କ ସହିତ ମଣ୍ଡଳ ସଭାପତି ଉମେଶ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ ଓ କମଳା ମିଶ୍ରଙ୍କ ସହିତ ଜିଲ୍ଲା କମିଟି ସଦସ୍ୟ ରଞ୍ଜନ ବରାଳ, ଓ ଜୟପୁର ସରପଞ୍ଚ ବିଶ୍ୱଜିତି ମହାପାତ୍ର, ନିଶିକାନ୍ତ ପ୍ରଧାନଙ୍କ ସହିତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହି ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି