Breaking News

ପୌଷ ପୂର୍ଣ୍ଣମାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ


ପୁରୀ---- ଆଜି ପୌଷ ପୂର୍ଣ୍ଣମାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ ବେଶ । ଏହି ଅବସରରେ ଶ୍ରୀବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ରତ୍ନସିଂହାସନରେ ଠାକୁରଙ୍କ ଅଭିଷେକ ନୀତି ସମ୍ପନ୍ନ ହେବା ପରେ ସୁନାବେଶ କରାଯାଇଛି । ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ବନବାସରୁ ଫେରିବା ପରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା । ତେଣୁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୁଷ୍ୟାଭିଷେକ ନୀତି ପାଳିତ ହୋଇଛି । ଏଥିପାଇଁ  ଗୁରୁବାର ଚନ୍ଦନଲାଗି ନୀତି ପରେ ଭୋଗମଣ୍ଡପ ଘରେ ଜଳ ଓ ଘୃତ ଅଧିବାସ ହୋଇଛି । ସକାଳ ଧୂପ ସରିବା ପରେ ସ୍ୱତନ୍ତ୍ର ନୀତିର ବ୍ୟବସ୍ଥା ହୋଇଛି। ରତ୍ନସିଂହାସନ ତଳେ ଥିବା ଦର୍ପଣରେ ଶ୍ରୀଜଗନ୍ନାଥଙ୍କ ବାଡରେ ଅଭିଷେକ ନୀତି ଅନୁଷ୍ଠିତ ହୋଇଥିଲା । ପରେ ମହାପ୍ରଭୁଙ୍କ ସୁନାବେଶ ସମ୍ପନ୍ନ ହେବ। ଆଜି ଆଂଶିକ ଗ୍ରହଣ ଥିବାରୁ ପୁରୀ ଶ୍ରୀମନ୍ଦିରରେ ପୂଜା ନୀତିରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
 ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts