 |
Puri |
ପୁରୀ----- ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଆଜି ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟ ରେବେସା ମଠ ଉଚ୍ଛେଦ ହୋଇଛି । ଜିଲ୍ଲା ପ୍ରଶାସନଙ୍କ ତତ୍ଵାବଧାନରେ ଉଚ୍ଛେଦ ପ୍ରକ୍ରିୟା ହୋଇଛି। କ୍ଷତି ପୂରଣ ରାଶି ପ୍ରଦାନ କରାଯାଇ ସାରି ଥିବା ସମସ୍ତ ପ୍ଲ ଟ କୁ ଅଧିଗ୍ରହଣ ପ୍ରକ୍ରିୟା ଚାଲୁ ରହିବ ବୋଲି ଜଣାପଡିଛି । ପୁରୀକୁ ବିଶ୍ଵ ଐତିହ୍ୟରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଏହାର ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟ କରଣ କରୁଛନ୍ତି । ଶ୍ରୀମନ୍ଦିରକୁ ନୂଆ ରୂପରେଖ ଦିଆଯାଇ ଏହାର ଚତୁଃପାର୍ଶ୍ଵକୁ ସଜାଯାଇଛି। ଏଥିପାଇଁ ବହୁ ଛୋଟବଡ ମଠ ମନ୍ଦିର, ଘର,ଦୋକାନ ବଜାର ଉଚ୍ଛେଦ କରାଯାଇଛି । ତେବେ ଏହି କ୍ରମରେ ଆଜି ପୁରୀ ରେବେସା ମଠ ଉଚ୍ଛେଦ ହୋଇଛି।