Breaking News

ରଘୁନାଥ ସମବାୟ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗର ପାଠଚକ୍ର



ନୟାଗଡ଼ ---- ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗରେ ଓଡ଼ିଆ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବକୁ ଅନୁଷ୍ଠାନର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିବା ସହିତ ସଭାପତିତ୍ୱ କରିଥିଲେ। ଗୁରୁ ପ୍ରଶାନ୍ତ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା।  ଉତ୍ସବରେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡ଼ଃ ବାନାମ୍ବର ପୃଷ୍ଟି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସାମ୍ପ୍ରତିକ ଯୁଗରେ ଆଧୁନିକ ସାହିତ୍ୟର ସ୍ଥିତି ବିଷୟରେ ଉପସ୍ଥାପନା କରିଥିଲେ। ଏଥିରେ ଓଡ଼ିଆ ବିଭାଗୀୟ ମୁଖ୍ୟ ଡ଼ଃ ଚିତ୍ତରଞ୍ଜନ ଦାଶ,ଅଧ୍ୟାପିକା ରୋଜାଳିନ ରଥ,ସୁଜାତା ଦାସ,ଇଂରାଜୀ ବିଭାଗୀୟ ମୁଖ୍ୟ ବିଶ୍ୱନାଥ ମହାରଣା,ଅର୍ଥଶାସ୍ତ୍ର ବିଭାଗୀୟ ମୁଖ୍ୟ ବାବାଜୀ ପରିଡ଼ା, ଉଦ୍ଭିଦବିଜ୍ଞାନ  ବିଭାଗୀୟ ମୁଖ୍ୟ ଡ଼ଃ ସୁକାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଶୀର୍ଷକ  "ସତ୍ୟବାଦୀ ସାହିତ୍ୟରେ ଜାତୀୟତା" ଉପରେ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ଆଲୋକପାତ କରିଥିଲେ ।   ଡ଼ଃ ପୃଷ୍ଟି ଉକ୍ତ ଶୀର୍ଷକ ଉପରେ ଏକ ସନ୍ଦର୍ଭ ଉପସ୍ଥାପନ କରିବା ସହ ଖୁବ ସୁନ୍ଦର ଭାବେ ଏହାକୁ ବ୍ୟାଖ୍ୟା କରିଥିଲେ।ଏଥିରେ ବରିଷ୍ଠ ସାମ୍ବାଦିକମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣୀୟ କଥା ବସ୍ତୁ ମାଧ୍ୟମରେ ଉଦବୋଧନ ଦେଇଥିଲେ।ପରିଶେଷରେ ବିଭାଗ ପକ୍ଷରୁ ଡ଼ଃ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। 
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts