Breaking News

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ ଉତ୍ସବ



 ବରଗଡ଼---- ଦିବ୍ୟଜୀବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର କଳାପାଣିର ପଞ୍ଚଦଶ ମାତୃ ସମ୍ବିଳନୀ ଓ ଏକବିଂଶ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସୁଶୀଲ କୁମାର ଦାଶ ଉଦଘାଟନ କରିଥିଲେ। ଅଧ୍ୟକ୍ଷ ସଂଗ୍ରାମ କେଶରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୂଖ୍ୟ ଅତିଥି,ଉପେନ୍ଦ୍ର ମହାପାତ୍ର ମୂଖ୍ୟ ବକ୍ତା,ଲକ୍ଷ୍ମୀ ନାରାୟଣ ଦାସ,ରାଧାକାନ୍ତ ମିଶ୍ର,ତପସ୍ୱିନୀ ମହାପାତ୍ର ପ୍ରମୁଖ ସମ୍ବାନୀତ ଅତିଥିଭାବେ ଯୋଗଦେଇଥିଲେ। ଆଧ୍ୟାତ୍ମିକତା ନାରୀର ଆଧାର ଶୀର୍ଷକରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମରେ ଉପସଭାପତି ନେହେରୁ ସାହୁ,ସଂପାଦକ ତେଜରାଜ ବିଶ୍ୱାଳ,ଦେବରାଜ ବେହେରା ମଞ୍ଚସିନ ଥିଲେ।କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରମୋଦ ଦାଶ, ରମେଶ ସାହୁ,ଜୟନ୍ତ ନନ୍ଦ ତଥା ଅନୁଷ୍ଠାନର ସମସ୍ତ ଶିକ୍ଷକ ଭାଇ ଅପା ପରିଚାଳନା କରିଥିଲେ।ଉଦ୍ଧବ ଭୋଇଙ୍କ ନିର୍ଦ୍ଦେଶନାରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବାର୍ଷିକ କ୍ରୀଡ଼ାରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶେଷରେ ଝରଣା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts