ରେଞ୍ଚ କଲ୍ୟାଣ ମଣ୍ଡପ ପାଇଁ ଭୁମିପୂଜା ଅନୁଷ୍ଠିତ
ଡେଲାଙ୍ଗ -----ଡେଲାଙ୍ଗ ବ୍ଳକର ରେଞ୍ଚ ଗ୍ରାମ ପଞ୍ଚାୟତର ପ୍ରହରାଜପୁର ଗ୍ରାମ ଠାରେ କଲ୍ୟାଣ ମଣ୍ଡପ ପାଇଁ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡିଆ ବାଡେଇ ଭୁମିପୂଜା କରିଛନ୍ତି । ଏହି କଲ୍ୟାଣ ମଣ୍ଡପ ନିମାର୍ଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩୫ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି ବୋଲି ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି । ସମବାୟବିତ୍ତି ବୈରାଗୀ ଜେନା , ପିପିଲି ବ୍ଳକର ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ , ପିପିଲି ଆତ୍ମାର ସଭାପତି ଧରଣୀ ଧର ସାହୁ, ଆଇନଜୀବୀ ଶ୍ରୀଧର ପ୍ରଧାନ, ସ୍ଥାନୟ ସରପଞ୍ଚ ପ୍ରତିମା ମଲିକ, ସମିତିସଭ୍ୟା ପ୍ରସାଦିନି ଦୟଣା, ସାମାଜିକ କର୍ମୀ ସାରଙ୍ଗ ଧର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି