Breaking News

ଭେଙ୍କଟେଶ୍ୱର ସ୍କୁଲର ବିଜ୍ଞାନ ପ୍ରଦର୍ଶନୀ ଓ ବାର୍ଷିକ କ୍ରୀଡ଼ା ଉଦଯାପିତ

କୋଣାର୍କ ---- କୋଣାର୍କ ନିକଟସ୍ଥିତ ମା’ ଭଗବତୀ ବିହାରରେ ଥିବା ଭେଙ୍କଟେଶ୍ୱର ସ୍କୁଲର ଦୁଇଦିନିଆ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ହୋଇଥିଲା । ୧୮ ତାରିଖ ବିଜ୍ଞାନ ପ୍ରଦର୍ଶନୀ ପରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଭେଙ୍କଟେଶ୍ୱର ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ୧୦୦ଟି ବିଜ୍ଞାନ ପ୍ରକଳ୍ପର ଏକ ପ୍ରଦର୍ଶନ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ବାର୍ଷିକ କ୍ରିଡାର ଉଦଯାପନୀ ଦିବସରେ ଛାତ୍ରଛାତ୍ରୀମାନେ ମା’ ଭଗବତୀଙ୍କ ପୀଠରୁ କ୍ରୀଡା ମସାଲ ଧରି ଆସିବାପରେ ଖେଳ ପଡିଆ ପରିକ୍ରମା କରିଥିଲେ । ସପ୍ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ଭେଙ୍କଟେଶ୍ୱର ସ୍କୁଲର ସମ୍ପାଦକ ଗୁଣନିଧି ମୁଦୁଲି, ଉଦଘାଟନ କରିଥିବା ବେଳେ ସ୍କୁଲ ଅଧ୍ୟକ୍ଷଙ୍କ ପ୍ରଶାଦରଞ୍ଜନ ପାତ୍ର ଉପସ୍ତିତ ରହି ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠ ପଢ଼ିବା ସଙ୍ଗେ ସଙ୍ଗେ ଶରୀରକୁ ସୁସ୍ଥ ସବଳ ଓ ନିରୋଗ ରଖିବା ଏବଂ ଖେଳୁଆଡ଼ ମନୋବୃତି ନେଇ ଖେଳିବା ପାଇଁ ପରାମର୍ଶ ଦେଇଥିଲେ ।  ଦୁଇଦିନ ବ୍ୟାପି ଆୟୋଜିତ ଏହି କ୍ରୀଡ଼ା ଉତ୍ସବରେ ବାଳକ ଓ ବାଳିକାମାନଙ୍କୁ ପୃଥକ ପୃଥକ ଭାବେ ତିନୋଟି ବର୍ଗରେ ବିଭାଜିତ କରାଯାଇ ବିଭିନ୍ନ ଖେଳ ପ୍ରତିଯୋଗୀତା କରାଯାଇଥିଲା ।   ଉଦଯାପନୀ ଦିବସରେ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଭେଙ୍କଟେଶ୍ୱର ସ୍କୁଲର କ୍ରୀଡ଼ା ଶିକ୍ଷକ ଅମିୟ ବଚନ ମହାନ୍ତି,ସ୍କୁଲ ପରିଚାଳକ ମାନସ କୁମାର ମୁଦୁଲି, ଶିକ୍ଷୟିତ୍ରୀ ବିସ୍ମିତା ମହାପାତ୍ର, ଗୀତାଞ୍ଜଳି ମହାରଣା, ମମତାମୟୀ ରାଉତ, ଲକ୍ଷ୍ମୀପ୍ରିୟା ମହାପାତ୍ର, ସସ୍ମିତା ସେନାପତି, ସଙ୍ଗୀତା ଦାସ, ଲିନା ବେହେରା, ସସ୍ମିତା ମିଶ୍ର, ବର୍ଷାରାଣି ଜେନା ପ୍ରମୁଖ ଖେଳ ଓ ବିଜ୍ଞାନ ପ୍ରଦର୍ଶନୀ ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts