 |
Sakhigopal |
ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୁଢ଼ାକେରା ଗ୍ରାମରେ ଡ. ଅଭୟ ମିଶ୍ର ସ୍ମାରକି ଆସୋସିଏସନ ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ୁତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରୁପଦେଇପୁର ହାଇସ୍କୁଲ ଓ ନୁଆସନ୍ଥ ହାଇସ୍କୁଲ ପରିସରରେ ଏହି ପ୍ରତିଯୋଗିତା କରାଯାଇଥିଲା । ଏଥିରେ ପ୍ରାୟ ଆଖପାଖ ଅଞ୍ଚଳର ୨୦ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ବିଚାରପତି ଭାବେ ଶିକ୍ଷାବୀତି ରମେଶ ଚନ୍ଦ୍ର ମାଝି, ପ୍ରସନ୍ନ ମହାପାତ୍ର, ପ୍ରଫୁଲ ପଣ୍ଡା, ଦିପ୍ତି ରଞ୍ଜନ ପ୍ରଧାନ,କାହ୍ନୁଚରଣ ସେନାପତି, ପ୍ରଶାନ୍ତ ପଣ୍ଡା, ଚିତରଞ୍ଜନ ଦାଶ ଓ ବିଜୟ ପଣ୍ଡା ରହିଥିଲେ । ଅନୁଷ୍ଠାନ ପକ୍ଷରୁ ଉତ୍ସବ ପାଇଁ ପୁର୍ବରୁ କୁଇଜ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବାକୁ ଥିବା ଅନୁଷ୍ଠାନର ବାର୍ଷିକ ଉତ୍ସବରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ , ରକ୍ତାଦନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ଦିଆଯିବ ବୋଲି ଅନୁଷ୍ଠାନର ଆବହାକ ଦିପୁ ପ୍ରଧାନଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି