ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ
ବେଗୁନିଆ--- ବେଗୁନିଆ ବ୍ଲକ ପୋଡାଡିହ ପଞ୍ଚାୟତ ଅନ୍ତର୍ଗତ ଦିନିଆରୀ ଗ୍ରାମର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର କ୍ଲବ ପକ୍ଷରୁ ଚଳିତ ଜାନୁୟାରୀ ମାସ ୧୨ ତାରିଖ (ରବିବାର) ଦିନ ଜାତୀୟ ଯୁବ ଦିବସ ପାଳନ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ବୁଧବାର ଅପରାହ୍ନରେ କ୍ଲବର ସଭାପତି ପ୍ରତାପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂଯୋଜକ ବାସୁଦେବ ବେହେରା ,ସମ୍ପାଦକ ଦୁର୍ଗା ପ୍ରସାଦ ମହାଭୋଇ,ସଭ୍ୟ କାହ୍ନୁ ଚରଣ ପଣ୍ଡା ,ଜୟଦେବ ବେହେରା,ଜୟନ୍ତ କୁମାର ସାହୁ, ସମରଜିତ ଦାସ ଓ କିଷାନ ମହାପାତ୍ରଙ୍କ ସମେତ ଉପଦେଷ୍ଟା ବିପିନ ବିହାରୀ ବେହେରା,ଧିରେଶ କୁମାର ପଣ୍ଡା,ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ମାଣିକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସଫଳ କରିବାକୁ ନିଜ ନିଜର ମତ ରଖିଥିଲେ । ଏହାକୁ ସମାଜସେବୀ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ ।
ବେଗୁନିଆରୁ ଯୋଗାଶ୍ୱର ପଣ୍ଡା
ବେଗୁନିଆରୁ ଯୋଗାଶ୍ୱର ପଣ୍ଡା