କୋଣାର୍କରେ ଟ୍ରେଡ ୟୁନିୟନର ବନ୍ଦ ଡାକରର ପ୍ରଭାବ
କୋଣାର୍କ -----କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ବିଭିନ୍ନ ଶ୍ରମିକ ସଙ୍ଗଠନର ଦାବିପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନତା ନୀତିକୁ ନାପସନ୍ଦ କରି ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦକୁ ସମର୍ଥନ କରି ସମଗ୍ର ଭାରତ ବର୍ଷରେ ଥିବା ୧୦ଟି ବଡ ବଡ ଶ୍ରମିକ ସଙ୍ଗଠନ ଏବଂ ବାମପନ୍ଥି ଦଳ, କଂଗ୍ରେସ ଦଳ ସହିତ ବିଭିନ୍ନ ରାଜନୈତିକ ଦଳ ସାମିଲି ହୋଇଥିଲେ । ବ୍ୟାଙ୍କ, ବୀମା, ଶିଳ୍ପ ଓ ସାଧାରଣ ପରିବହନ ବ୍ୟବସ୍ଥା ଅଚଳ ହୋଇ ପଡିଛି । ଏହି ବନ୍ଦର ପ୍ରଭାବ କୋଣାର୍କରେ ମଧ୍ୟ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଶ୍ରମିକ ନେତା ଓ ସିପିଆଇର ଶତାଧିକ କର୍ମୀ ଏକ ମଟର ସାଇକେଲ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ କୋଣାର୍କର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ସୂର୍ଯ୍ୟମନ୍ଦିର ଟିକେଟ କାଉଣ୍ଟର, ସୂର୍ଯ୍ୟ ମନ୍ଦିର, ବାଖ୍ୟାନ କେନ୍ଦ୍ର, ଏନଏସି କାର୍ଯ୍ୟାଳୟ, ବ୍ୟାଙ୍କ, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ଯାତ୍ରୀବାହୀ ଯାନବାହାନ ଚଳାଚଳପ୍ରଚଳକୁ ବନ୍ଦ କରିଦେଇଥିଲେ । ଏହାର ପ୍ରଭାବରେ କୋଣାର୍କ ଏନଏସି, ଚନ୍ଦ୍ରଭାଗା, ସୂର୍ଯ୍ୟମନ୍ଦିର ଓ ଏହାର ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଭାରତ ବନ୍ଦ ଡ଼ାକରା କୋଣାର୍କରେ ସଫଳ ହୋଇଛି ବୋଲି ଟ୍ରେଡ ୟୁନିୟନ ଓ ଶ୍ରମିକ ସଙ୍ଗଠନର ନେତା ସୁକାନ୍ତ ମହାନ୍ତି କହିଛନ୍ତି । ଏହି ସମୟରେ କୋଣାର୍କର ସୂର୍ଯ୍ୟମନ୍ଦିର ଭ୍ରମଣରେ ଆସିଥିବା ପର୍ଯ୍ୟଟକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ମୁଖ୍ୟ ପ୍ରବଶପଥ ବନ୍ଦଥିବା ଯୋଗୁଁ ସୂର୍ଯ୍ୟମନ୍ଦିର ମଧ୍ୟକୁ ପ୍ରବେଶ କରି ନ ପାରି ପର୍ଯ୍ୟଟକମାନେ ମନ୍ଦିର ବେଢା ଚତୃପାଶ୍ୱର୍ରେ ବୁଲି ନିରାସରେ ଫେରୁଥିବା ବେଳେ ଦୋକାନ ବଜାର ବନ୍ଦ ଥିବାରୁ ଖାଇବା ଓ ପିଇବାକୁ ନ ପାଇ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଥିଲା ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ