Breaking News

କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଘାଟିତ ; ଫୁଲ ଜାଣେ ନାହିଁ, ଜାତି, ଭେଦ, ଜନ୍ମ, ମୃତ୍ୟୁ , ରାଜ୍ୟପାଳ

 
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରେୀ ଗଶେଣି ଲାଲ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ  । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ ଫୁଲ ଜାଣେ ନାହିଁ ଜାତି, ଭେଦ, ଜନ୍ମ, ମ୍ୟତ୍ୟୁ କିଛି ଜାଣେ ନାହିଁ  । ଠିକ ସେହିପରି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଗୋଟିଏ ଗୋଟିଏ ଫୁଲ ସଦୃଶ୍ୟ ବୋଲି କହିଥିଲେ  । ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ଓ ଗଶଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗଦେଇ ସୁବର୍ଣ୍ଣ ଜୟନ୍ତୀ ପତାକା ଉତ୍ତୋଳନ କରିଥଲେ  । ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ପୁରାତନ ଛାତ୍ର ପରିଷଦ ଓ ଅଭିଭାବକ ମାନଙ୍କୁ କୃତଙ୍ଗତା ଜଣାଇବା ସହ ବିଦ୍ୟାଳୟରେ ତୁରନ୍ତ ବୈଶିକ୍ଷିକ ଜ୍ଞାନ ସହିତ କ୍ରୀଡାପ୍ରତି ଛାତ୍ର ଛାତ୍ରୀଙ୍କ ମନ ନିବେଶ କରିବାକୁ ବିଧାୟକ ଶ୍ରୀ ମହାରଥୀ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ କହିଥିଲେ  । ଶେଷରେ ଡେଲାଙ୍ଗ-- ପିପିଲିର ମୁଁ ଜଣେ ସେବକ ବୋଲି କହିଥିଲେ  । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ସ୍ମରଣୀକା ଅତିଥି ମାନେ ଉନ୍ନୋଚିତ କରିଥିଲେ  ।  ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର  କମିଟିର ସମ୍ପାଦକ ଘନଶ୍ୟାମ ପ୍ରଧାନ ଅତିଥି ପରିଚୟ ପ୍ରଧାନ କରିଥିଲେ  ।  ବାର୍ଷିକ ବିବରଣୀ ପାଠ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡା  । ମଞ୍ଚ ପରିଚାଳନା କରିଥିଲେ ପ୍ରଦ୍ୟେତ କିଶୋର ପ୍ରଧାନ ଓ କ୍ରୀଡା ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା  । ଏହି ଅବସରରେ ରାଜ୍ୟପାଳଙ୍କ ସହ ଅତିଥି ମାନେ  ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ନେତ୍ରାନନ୍ଦ ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ସହିତ ସୁବର୍ଣ୍ଣ ଜୟନ୍ତୀ ଫଳକ ଉନ୍ମୋଚିତ କରିଥିଲେ  । ପରେ ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ  ।   ସଂସଦର ସଭାପତି ଆଇନଜୀବୀ ଭୀମସେନ ପ୍ରଧାନ , ସଂଯୋଜକ ଅଶୋକ ପରିଡା, ସହ ସମ୍ପାଦକ ସୁନୀଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚଙ୍କ ପ୍ରତିନିଧି ସଂଜୟ କୁମାର ଜେନା, ପବିତ୍ର ମୋହନ ଜେନା, ସମିତିସଭ୍ୟଙ୍କ ପ୍ରତିନିଧି ସନ୍ତୋଷ ଭଟ୍ଟ, ପ୍ରଦୀପ ପ୍ରଧାନ ୃ( ପଦି) , ସୁମନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ  । ଏହି ଅବସରରେ ବେରବୋଇ ଗାନ୍ଦୀପୀଠ ଠାରୁ ଏକ ମସାଲ ଶୋଭାଯା୍ତ୍ରାକୁ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଉଦଘାଟନ କରିବା ପରେ ଏକ ଶୋଭାଯାତ୍ରାରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଓ ଛାତ୍ର ମାନେ ବିଦ୍ୟାଳୟ ପର୍ଯ୍ୟନ୍ତ ନେଇଥିଲେ  । ସଂଧ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts