Breaking News

*ନୟାଗଡରେ ଶାରଳା ବିଶ୍ୱ ଭାଷା ପଦଯାତ୍ରା ଅନୁଷ୍ଠିତ


ନୟାଗଡ଼   ----ନୟାଗଡ଼ ଜିଲ୍ଲାରେ ଆଜି ଶାରଳା ବିଶ୍ୱ ଭାଷା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏମବିସି ଟିଭି ପକ୍ଷରୁ ନୟାଗଡରେ ଅନୁଷ୍ଠିତ ହୋଇଯାଇଛି ସାରଳା ବିଶ୍ୱଭାଷା ପଦଯାତ୍ରା । ଓଡିଆ ଭାଷାର ସୁରକ୍ଷା, ପ୍ରଚାର, ପ୍ରସାର ସହ ଶାରଳା ମହାଭାରତ ଏବଂ ଜଗନ୍ନାଥ ସଂସ୍କୃତିକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଅନୁଷ୍ଠିତ ଏହି ପଦଯାତ୍ରାକୁ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ସାହାଣି, ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରମୂଖ ଉଦଘାଟନ କରିଥିଲେ । ଏମବିସି ଟିଭିର ନୟାଗଡ ଜିଲ୍ଲା ପ୍ରତିନିଧି ମହେଶ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ପଦଯାତ୍ରା ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ପୌରପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ଜେନୁଇନ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗ ଦେଇଥିଲେ।ସାମ୍ପ୍ରତିକ ସମାଜରେ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ଏ ଭଳି ପଦକ୍ଷେପକୁ ଜନସାଧାରଣ ସ୍ୱାଗତ କରିଛନ୍ତି।
 ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts