Breaking News

ସର୍ବଭାରତୀୟ ହକି ଟୁର୍ଣ୍ଣାମେଣ୍ଟ "ନୟାଗଡ଼ କପ" ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ



ନୟାଗଡ଼ ----ନୟାଗଡ଼ ଜିଲ୍ଲାରେ ହକିର ପ୍ରଚାର ପ୍ରସାର ନିମନ୍ତେ ନୟାଗଡ଼ ହକି ଆସୋସିଏସନ ଏବଂ ରଗବି ଆସୋସିଏସନ ତରଫରୁ ନୟାଗଡ଼ କପ ହକି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି। ଏବର୍ଷ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି ‌। ଆସନ୍ତା ଜାନୁଆରୀ ୧୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏହି ହକି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେବେ । ୧୯ ତାରିଖ ଉଦଘାଟନି ମ୍ୟାଚରେ କଲିକତା ହକି ଏକାଡେମୀ ବନାମ୍ ସେଲ୍ ହକି ରାଉରକେଲା ସହିତ ଖେଳ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଢେଙ୍କାନାଳ ହକି ଆସୋସିଏସନ ବନାମ ବିଜୁ ପଟ୍ଟନାୟକ ହକି ଏକାଡେମୀ ନୟାଗଡ଼ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ସେହିପରି ୨୦ ତାରିଖରେ ହାଇଦ୍ରାବାଦ ହକି ଏକାଡେମୀ ବନାମ କିଟ ଭୂବନେଶ୍ୱର ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ । ଦ୍ୱିତୀୟ ମ୍ୟାଚରେ ଟିକମଗଡ଼ ହକି ଏକାଡେମୀ ମଧ୍ୟପ୍ରଦେଶ ବନାମ ପୂର୍ବତଟ ରେଳବାଇ ଭୂବନେଶ୍ୱର ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ଏହି ଆଠଟି ଦଳ ମଧ୍ୟରୁ ବିଜୟୀ ଦଳଙ୍କୁ ନେଇ ୨୧ ତାରିଖରେ ସେମିଫାଇନାଲ ଏବଂ ୨୨ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ପ୍ରତ୍ୟେକ ଦିନ ଖେଳ ଅପରାହ୍ନ ୨ଟା ୩୦ରୁ ଆରମ୍ଭ ହେବ ବୋଲି ନୟାଗଡ଼ ଜିଲ୍ଲା ହକି ଆସୋସିଏସନ ସଭାପତି ମିତାଲୀ ପ୍ରିୟଦର୍ଶିନୀ ପ୍ରଧାନ ସୂଚନା ଦେଇଛନ୍ତି । ଉକ୍ତ ହକି ଟୁର୍ଣ୍ଣାମେଣ୍ଟର ଉପଦେଷ୍ଟା ଭାବେ ସାଂସଦ ପିନାକୀ ମିଶ୍ର ଏବଂ ମୁଖ୍ୟ ପୃଷ୍ଠପୋଷକ ଭାବେ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଦାୟିତ୍ୱ ନିର୍ବାହ କରୁଛନ୍ତି ।  ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts