ଅଗ୍ନିକନ୍ୟା ଅନ୍ନପୂର୍ଣ୍ଣା ମହାରଣାଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ପାଳନ
ବରୀ------ ସ୍ୱାଧିନତା ଆନ୍ଦୋଳନର ଅଗ୍ରଣୀ ମହିଳା କର୍ମୀ , ସର୍ବୋଦୟ ନେତ୍ରୀ ତଥା ସାମାଜିକ କର୍ମୀ ଅଗ୍ନିକନ୍ୟା ଅନ୍ନପୂର୍ଣ୍ଣା ମହାରଣା(ଚୁନିଅପା)ଙ୍କ ସପ୍ତମ ଶ୍ରାଦ୍ଧ ଦିବସ ବରୀ କସ୍ତୁରବା ମାତୃମଙ୍ଗଳ କେନ୍ଦ୍ର ସେବାଘରଠାରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ଟା ରେ କସ୍ତୁରବା ମାତୃମଙ୍ଗଳ କେନ୍ଦ୍ର ର କର୍ମୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଚୁନିଅପାଙ୍କ ସ୍ମୃତି ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଇଥିଲା । ଏହି ସ୍ମୃତିଚାରଣ ସଭାରେ ବର୍ଷିୟାନ ସମାଜସେବୀ ଦୁର୍ଯ୍ୟୋଧନ ଶତପଥି ଅଧ୍ୟକ୍ଷତା କରିଥିଲେ । ସଭା ପ୍ରାରମ୍ଭରେ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟବକ୍ତା ଭାବେ ସର୍ବୋଦୟ ନେତା ପ୍ରହଲ୍ଲାଦ ସିଂ ଚୁନିଅପାଙ୍କ ଜୀବନ ଦର୍ଶନରେ ସେବାପରାୟଣତା , ସ୍ୱାଧିନତା ସଂଗ୍ରାମରେ ଚୁନିଅପାଙ୍କ ସଂଗ୍ରାମୀ ଜୀବନ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନୀୟ ଅତିଥିଭାବେ ଯୁବସମାଜସେବୀ ଡଃ. ବିଶ୍ୱନାଥ ତ୍ରିପାଠୀ ସାଂପ୍ରତିକ ପରିସ୍ଥିତିରେ ଅହିଂସା, ନିଶା ନିବାରଣ ଏବଂ ସମାଜକୈନ୍ଦ୍ରିକ ସମାଜସେବା ଏକାନ୍ତ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନୀୟ ଅତିଥି ସର୍ବୋଦୟ ନେତା ଗୋଲକ ଚନ୍ଦ୍ର ଦାସ ଚୁନିଅପାଙ୍କ ବ୍ୟକ୍ତିତ୍ୱ କିଭଳିଭାବେ ଆନ୍ଦୋଳନକୁ ଏବଂ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିପାରେ ତାହା ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର କୁମାର ଜେନାଙ୍କ ସହିତ ନିର୍ମଳ କୁମାର ଗିରି, ଇନ୍ଦୁମତି ସାହୁ, ଅମିତାଭ ଜେନା,ପଙ୍କଜିନୀ ଉପା୍ମାୟ, ଅମୀୟ ରଂଜନ ଦ୍ୱିବେଦୀ,ଶାରଦାକାନ୍ତ ଦାସ ଆଦି ଯୋଗଦେଇ ଚୁନିଅପାଙ୍କ ଆଦର୍ଶ, ବିଚାରଧାରା, ଜୀବନଶୈଳୀ ଉପରେ ବିସ୍ତୁୃତ ଭାବେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚୁନିଅପାଙ୍କ ଦୁଇପୁଅ ଜ୍ଞାନଦେବ ମହାରଣା ଏବଂ କର୍ମଦେବ ମହାରଣା, ହୃଷିକେଶ ଜେନା, ପ୍ରଗତି କ୍ଲବର ସଂପାଦକ ନଟବର ବେହେରା, ସାମ୍ବାଦିକ ଓ ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜିବୀ ମହିଳା ଏବଂ ଶିଶୁ ମାନେ ଉପସ୍ଥିତ ଥିଲେ । କସ୍ତୁରବା ଟ୍ରଷ୍ଟର ପ୍ରତିନିଧି ସଂନ୍ଧ୍ୟାରାଣୀ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋଟ
ବରୀରୁ -ଦର୍ଶନ ବେହେରାଙ୍କ ରିପୋଟ
![]() |
Bari |