Breaking News

ସମ୍ପର୍କର ଏକ ନୂଆ ଅଧ୍ୟାୟ ଶୀର୍ଷକ ଆଲୋଚନା ଚକ୍ର

ବରୀ----  ଯାଜପୁର ଜିଲ୍ଲା  ବରୀ ବ୍ଲକ ଅଧିନ କିମ୍ଭିରିଆଳପାଳ ପଞ୍ଚାୟତର ନୂଆଗାଁ ସ୍ଥିତ ନବଭାରତୀ ବିଦ୍ୟାପୀଠ ପରିସରରେ ସମ୍ପର୍କର ଏକ  ନୂଆ ଅଧ୍ୟାୟ ଶୀର୍ଷକ ଆଲୋଚନା ଚକ୍ର   ଅନୁଷ୍ଠିତ ହୋଇଯାଇଛି । ଏହାକୁ ୧୯୯୦  ମାଟ୍ରିକ ବ୍ୟାଚ ର ପୂରାତନ ଛାତ୍ରଛାତ୍ରୀମାନ ଆୟୋଜନ କରିଥିଲେ । ଏଥିରେ  ଅଜୟକୁମାର ଦାସ ସଭାପତିତ୍ୱ କରିଥିଲେ । ଆଜିର ସମାଜରେ ନାରୀ ଶସସ୍ତ୍ରୀୀ କରଣ  ଓ ଗୁର ଶିଷ୍ୟର ପରମ୍ପରା ଉପରେ ଆଲୋଚନା କରାଯାଇ ସମ୍ପର୍କର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିବା ମତ ପ୍ରକାଶ ପାଇଥିଲା । ପରମାନନ୍ଦ ପାତ୍ର,କୈଳାସ ଚନ୍ଦ୍ର ସାହୁ, ଗୟାଧର ଷଢଙ୍ଗୀ,ଅନିଲ କୁମାର ଷଠଙ୍ଗୀ ଶିକ୍ଷୟତ୍ରୀ ସବିତା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରେ ପୂରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ବନ୍ଧୁ ମିଳନ ହୋଇଥିଲା  । ଗୟାଧର ରାଉତ ସମ୍ପକ ଉପରେ ସୂଚନା ପ୍ରଦାନ କରିଥିଲେ । ଏଥିରେ ଗଣେଶ୍ୱର ସେଠୀ,ହରିହର ରାଉତ,ସ୍ୱସ୍ତି ପ୍ରସାଦ ଦାସ, ନିରୁପମା ମିଶ୍ର,ଉର୍ମିଳା ସାହୁ,କୁମୁଦୁନି ସାହୁ, ଅନାଥ ଆଶ୍ରମ ବିଶୟାରାଣି  ମଣ୍ଡଳ ନାରୀନେତ୍ରୀ,ବିମଳ ଧଳ,ଗଗନ ପଣ୍ଡା, ସତ୍ୟନାରାୟଣ ସାହୁ, ପ୍ରମୁଖ ଛାତ୍ରଛାତ୍ରୀମାନେ ନିଜନିଜ ଭିତରେ ସୁଖଦୁଃଖ ଆଲୋଚନା କରିଥିଲେ । ଅପର ପକ୍ଷରେ ଏହି ବ୍ୟାଚ୍ର  ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଚାରିଟେବୁଲ ଟ୍ରଷ୍ଟ କରାଯାଇଥିବା କଥା ଅଜୟ କୁମାର ଦାସ ସୂଚନା ଦେଇଥିଲେ । ଏହି  ଟ୍ରଷ୍ଟ  ଗରିବ ଅସହାୟ ଲୋକମାନଙ୍କୁ ସାହାର୍ଯ୍ୟ କରିବ ବୋଲି ଘୋଷଣା କରାଯାଇଥିଲା  ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋଟ


 D Behera
Bari

Blog Archive

Popular Posts