Breaking News

ପେଟ୍ରାଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇକୋ ରିଟ୍ରିଟରେ ରାତ୍ରୀଯାପନ

କୋଣାର୍କ, ସୋମବାର ଅପରାହ୍ନରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଣାର୍କ ପରିଦର୍ଶନରେ ଆସିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନଙ୍କୁ ପ୍ରଥମେ କୋଣାର୍କ ବିଜେପି ମଣ୍ଡଳ ପକ୍ଷରୁ ଥାନା ଛକରେ ସ୍ୱାଗତ କରାଯାଇଥିଲା । ପରେ କେନ୍ଦ୍ରମନ୍ତ୍ରୀଙ୍କୁ ବ୍ୟାଖ୍ୟାନ କେନ୍ଦ୍ରରେ ଆଇଓଏଫ ସିଇଓ ଅନୀଲ ବର୍ମା,ପର୍ଯ୍ୟଟନ ନିର୍ଦେଶକ ସଚିନ ଆର ଯାଦବ,କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ ଦାଶ ପ୍ରମୁଖ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ପରେ ଶ୍ରୀପ୍ରଧାନ ଆଇଓଏଫ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଥିଲେ । ଶେଷରେ ମେରାଇନ ଡ୍ରାଇଭ ଉକୋ ରିଟ୍ରିଟରେ ରାତ୍ରୀଯାପନ କରିଥିଲେ  । ଏହି ଗସ୍ତ ସମୟରେ ବିଜେପି ରାଜ୍ୟ ମହିଳା ସଭାନେତ୍ରୀ ପ୍ରଭାତୀ ପରିଡା,ପୂର୍ବତନ ବିଧାୟକ ବାଇଧର ମଲ୍ଲିକ,ରବି ମଲ୍ଲିକ,ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ,ଆଇଆଇସି ସଂଜୀବ କୁମାର ପ୍ରଧାନ,ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଶ୍ରୀ ପ୍ରଧାନଙ୍କ ଗସ୍ତକୁ ଲକ୍ଷ୍ୟ କରି ପୁଲିସ ପକ୍ଷରୁ କଡା ସୁରକ୍ଷା  ଗ୍ରହଣ କରାଯାଇଥିଲା ।   
କୋଣାର୍କରୁ ଅଜିତ କୁମାର ମଲିକ
 A maliki
Konark

Blog Archive

Popular Posts