ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରର ନୂତନ ନିୟମ ଦେଖିବାକୁ ମିଳିଛି
ସାକ୍ଷୀଗୋପାଳ --- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ସମ୍ମୁଖରେ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ କୃଷି ବିଜ୍ଞାନ କେନ୍ଦ୍ର ରହିଛି । ଏଠାରେ ବିଭିନ୍ନ ବୈଜ୍ଞାନିକ ମାନେ ରହି ମତ୍ସ୍ୟ, ଧାନ, ରବି ଜାତୀୟ ଡାଲି ଓ ପନିପରିବା ଚାଷ ନିମନ୍ତେ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସରକାର ନିଯୁକ୍ତି କରିଛନ୍ତି । ମାତ୍ର ଖରିଫ ଧାନ ପାଇଁ କୃଷି ବିଜ୍ଞାନ କେନ୍ଦ୍ର କରିଥିବା ଧାନ ( କେବିକେ) ଶେଷରେ ଚୁଡା ମିଲରେ ଧାନ ବିକିଲେ । ଅନ୍ୟ ପକ୍ଷେ ଚାଷୀ ଧାନ ବିହନ ନ ପାଇ ବିଲ ପଡିଆ ପକାଇଥିବା ବେଳେ ଏପଟେ କେବିକେ ଧାନ ବିହନ ମିଲରେ ବିକ୍ରୟ କଲା । ଏବେ ସେହିପରି ପ୍ରଶିକ୍ଷଣ ଶିବିର ହେଉଛି ଏକ ତାରିଖରେ ବ୍ୟାନର ଲାଗିଛି ଅନ୍ୟ ତାରିଖରେ । ଏହା ହେଉଛି ରାଜ୍ୟ ସରକାରଙ୍କ ୫ଟି ଲାଗୁ ହେବାପରେ ସତ୍ୟବାଦୀରେ ଥିବା କୃଷି ବିଜ୍ଞାନ କେନ୍ଦ୍ରର ନୂତନ ନିୟମ ଲାଗୁ । ଯାହାକି ନିଜ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରିବେ ନାହିଁ । ବ୍ୟାନରରେ ଏକ ତାରିଖ ରହିଥିବା ବେଳେ ତାଲିମ ହେଉଛି ଅନ୍ୟ ଦିନରେ । ଯାହାକି ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ସରକାର ବିଭିନ୍ନ ତାଲିମ ପ୍ରଦାନ ପାଇଁ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଏବେ ହାତଗଣତି କେତେକ ଚାଷୀଙ୍କୁ ଡାକି ମତ୍ସ୍ୟ ଚାଷ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହେଉଛି । ୧୪ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଏହି ମତ୍ସ୍ୟ ଚାଷ ନିମନ୍ତେ ତାଲିମ ନେଇଛନ୍ତି । ମାତ୍ର ସେଥିରେ ଲଗାଯାଇଥବା ବ୍ୟାନରରେ ୧୫ ଓ ୧୬ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ମାତ୍ର ୧୨ ତାରିଖ ଦିନ ଏହି ତାଲିମ ଶିବିର ଆୟୋଜନ ହୋଇଛି । ମତ୍ସ୍ୟ ବିଭାଗର ବୈଜ୍ଞାନିକ ମାନସ ରଞ୍ଜନ ବେହେରା ତାଲିମ ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ଚାଷୀ ମାନେ କହନ୍ତି ଏ ହେଉଛି ଆମ ବିଜେଡି ସରକାରଙ୍କ ୫ଟି କାର୍ଯ୍ୟକ୍ରମ ବୋଲି ଯୋଗ ଦେଇଥିବା ଚାଷୀ ମାନେ ଆଲେଚନା କରୁଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି