Breaking News

ଟ୍ରକ ଧକ୍କାରେ ଯୁବକଙ୍କର ମୃତ୍ୟୁ

 ପୁରୀ------ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବଉଲାଙ୍ଗ ପଞ୍ଚାୟତ ର ପଲି ଛକ ନିକଟରେ ଥିବା ବାଲି ଦଣ୍ତାରେ  ଘଟିଛି  ଦୁର୍ଘଟଣା । ସୁଚନା ଅନୁଯାୟୀ ଓଡି -୦୫-ଏପି-୮୫୯୪ ନାମକ ଏକ ଟ୍ରକ ନୟାହାଟ ରୁ ଗୋପ ଯାଉଥିଲା। ସ୍ତାନୀୟ  ପଲି ଅଞ୍ଚଳ ର ପ୍ରଫୁଲ୍ଲ ବିପରୀତ ଦିଗରୁ ଆସୁଥିଲେ। ଟ୍ରକଟି  ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ପ୍ରଫୁଲ୍ଲଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଘଟଣାସ୍ଥଳରେ ଗୋପ ପୋଲିସ ପହଁଚି ଉତେଜନା ନିୟନ୍ତ୍ରଣ କରିବା ସହ ଦୁର୍ଘଟଣା ନେଇ ତଦନ୍ତ ଜାରି ରଖିଛି । ପ୍ରଫୁଲ୍ଲ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି । 

 J sheti
Gopa
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts