Breaking News

ସ୍ମୃତି ଚାରଣ ସମାରୋହ

 ପୁରୀ-_-- ପୁରୀ ଜିଲ୍ଲା ନିମାପଡା ଦୋଳବେଦୀ ଛକ ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, କୃଷକ ନେତା ତଥା ନିମାପଡା - କାକଟପୁର ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ କମ୍ରେଡ ସ୍ବର୍ଗତ ମୋହନ ଦାଶଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ଉତ୍ସବ ପାଳିତ ହୋଇଯାଇଛି । ମୋହନ ଦାଶ ସ୍ମୁତି କମିଟିର ସଂପାଦକ ସନ୍ତୋଷ ଦାଶ ଅନୁଷ୍ଠିତ ସ୍କୁତି  ଚାରଣ ସଭାରେ ସଭାପତିତ୍ବ କରିଥିଲେ ।  ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ସ୍ବର୍ଗତ ଦାଶ ସ୍ଵାଧୀନତା ଓ ଚାଷୀ ଆନ୍ଦୋଳନର ଜଣେ କର୍ଣ୍ଣଧାର ସାଜିଥିଲେ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  କମ୍ରେଡ୍ ଦେବେନ୍ଦ୍ର ସାହୁ, ପୂର୍ବତନ ବିଇଓ ଅନିଲ ବିଶ୍ଵାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ଖଟୋଇ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଦାଶ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। 

 J sheti
Nimapada
ନିମାପଡ଼ା ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts