Breaking News

ରାଜ୍ୟ ସ୍ତରୀୟ ଭଲି ବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପୁରୀ-----ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନଈଗୁଆଁ ଗ୍ରାମରେ  ରାଜ୍ୟ ସ୍ତରୀୟ ଭଲି ବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । କ୍ଲବ ରାଇଜିଙ୍ଗ ଷ୍ଟାର ପକ୍ଷରୁ ଗତ ୧୧ ଓ ୧୨ ତାରିଖରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତଃ ମହେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ  କାକଟପୁର ଆଇଆଇସି ଉଦଘାଟନ କରିଥିଲେ । ଗ୍ରାମାଞ୍ଚଳରେ ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସହିତ ଯୁବ ପ୍ରତିଭାଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ଅତିଥି ମାନେ କହିଥିଲେ  । ମୁଖ୍ୟ ଅତିଥି ଭାବେ ଅସ୍ତରଙ୍ଗ ଥାନା ଆଇଆଇସି ଏବଂ ନୂଆଗଡ ଥାନା ଆଇଆଇସି ଯୋଗ ଦେଇଥିଲେ । ସମାଜସେବୀ ଦୁଷ୍ମନ୍ତ କୁମାର ପରିଡା ଉପସ୍ଥିତ ରହିଥିଲେ । ରବିବାର ଫାଇନାଲ ମ୍ୟାଚ ଖେଳ ହୋଇଥିଲା । ପୁରୀ ଟିମ ଚମ୍ପିୟାନ ହୋଇଥିଲା । 
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts