Breaking News

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ

ଡେଲାଙ୍ଗ --- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକର କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା  । ଉଦଯାପନୀ ଦିବସରେ ଓଡିଶାର ଉଚ୍ଚ ନ୍ୟାୟଳୟର ଅବସର ପ୍ରାପ୍ତ  ବିଚାରପତି ବିର କିଶୋର ମିଶ୍ର, ରାଜ୍ୟ ଇସ୍ପାତ ଓ ଖଣି , ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ବିଜ୍ଞାନ ଓ ଯୁବ ବ୍ୟାପର ମନ୍ତ୍ରୀ ତୁଷାର କାନ୍ତ ବେହେରା, ଡେଲାଙ୍ଗ ପିପିଲି ବିଧାୟକ ପ୍ରଦୀପ ମହାରଥୀ  ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ପିପିଲି ବ୍ଳକ ଉପାଧ୍ୟକ୍ଷା କଳ୍ପନା ସମାନ୍ତରାୟ ପ୍ରମୁଖ ଉଦଯାପନୀ ଦିବରେ ଯୋଗଦେଇଥିଲେ  ।  ଅତିଥି ମାନେ ବିଦ୍ୟାଳୟ ସହିତ ଏବେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ସମ୍ପର୍କ ରହିଥିବାରୁ ଏହା ଏକ ଶିକ୍ଷା କ୍ଷେତ୍ରରେ ମାଇଲିଖୁଣ୍ଠ ହୋଇ ରହିଛି ବୋଲି ମତ ପ୍ରକାଶ କରିଥିଲେ  ।  ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ତଥା ଆଇନଜୀବୀ ଭୀମସେନ ପ୍ରଧାନ,  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡା,  ସବୁର୍ଣ୍ଣ ଜୟନ୍ତୀର ସମ୍ପାଦକ ଘନଶ୍ୟାମ ପ୍ରଧାନ, ସଂଯୋଜକ ଅଶୋକ ପରିଡା, ସୁମନ୍ତ କୁମାର ପ୍ରଧାନ,  ପ୍ରଦୀପ ପ୍ରଧାନ, ପବିତ୍ର ମୋହନ ଜେନା, ସୁନିଲ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts