ଅଜଣା ଗାଡି ଧକ୍କାରେ ଦୁଇଜଣ ଗୁରୁତର ଆହତ
ସାକ୍ଷୀଗୋପାଳ ----- ଭୁବନେଶ୍ୱର- ପୁରୀ ୩୧୬ନଂ ଜାତୀୟ ରାଜପଥର ସାତଶଙ୍ଖ ନିକଟ ଶିରିଆପୁର ଠାରେ ଏକ ଅଜଣା ଗାଡି ଧକ୍କାରେ ଦୁଇଜଣ ମଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସତ୍ୟବାଦୀ ଥାନା ଅନ୍ତର୍ଗତ ବରାଳ ଗ୍ରାମର ନାରାୟଣ ମହାପାତ୍ର, ଜଗନ ମହାପାତ୍ର ସାତଶଙ୍ଖରୁ କାମ ସାରି ବରାଳ ଫେରୁଥିଲେ । କୌଣସି ଏକ ଗାଡି ତାଙ୍କ ମଟର ସାଇକେଲ ପଛକୁ ପିଟି ଦେବାରୁ ସେମାନେ ଛିଟିକି ରାସ୍ତା ଉପରେ ପଡିଥିଲେ । ସ୍ଥାନୀୟ ଲୋକମାନେ ଉଦ୍ଦାର କରି ଦୁଇଜଣଙ୍କୁ ସାକ୍ଷୀଗୋପାଳ ମେଡିକାଲକୁ ଆଣିଥିଲେ । ସାକ୍ଷୀଗୋପାଳ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର ସରକାରୀ ମେଡିକାଲକୁ ପଠାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ