Breaking News

ଭଟ୍ଟପୁରରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ

 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ସ୍ଥିତ କାଦୁଆ ଗ୍ରାମ ପଞ୍ଚାୟତର ଭଟ୍ଟପୁର ଗ୍ରାମରେ ଥିବା ବୀର ମହାବୀର ମନ୍ଦିର ପ୍ରାଙ୍ଗଣରେ ଚାରିଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଗ୍ରାମର ୨୧ଜଣ ଯୁବକ ମହିଳା ପାଖରେ ଥିବା ରତ୍ନଚିରା ନଦୀରୁ କଳସ ବୁଡାଇଥିଲେ । ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସ୍ରୋତିୟ ବାହ୍ମଣଙ୍କ ଦ୍ୱାରା ଅଭିମନ୍ତ୍ରିତ କଳସ ଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ ଆସିଥିଲା । ପ୍ରଧାନ ଅଚାର୍ଯ୍ୟ କାହ୍ନୁ ଚରଣ ମିଶ୍ର ଙ୍କ ସହିତ ତାଙ୍କ ସହଯୋଗୀ ପ୍ରଦୀପ୍ତ କୁମାର ମିଶ୍ର, ଗୋବର୍ଦ୍ଧନ କର, ଚନ୍ଦ୍ର ଶେଖର ମିଶ୍ର, ଧୀରେନ୍ଦ୍ର ଦାଶ ଯଜ୍ଞ କାର୍ଯ୍ୟ ତୁଳାଇଥିଲେ । ଏହି ଅବସରରେ ଗ୍ରାମରେ ଆଜି ଠାରୁ ଆମିଷ ନିଷେଧ କରାଯିବା ସହ ସମସ୍ତଙ୍କ ଘର ଆଗରେ କଳସ ଓ ପ୍ରଦ୍ୱୀପ ପ୍ରଜ୍ୱଳନ କରାଯାଇଛି ।ପ୍ରବଚନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts