Breaking News

ମେଗା ପାନୀୟ ଜଳ ପ୍ରକଳ୍ପ ପାଇପି ବିଛାରେ ଘୋର ଅନିୟମିତତା ପଦାକୁ ଆସିଲା; ଭିଜିଲାନ୍ସ ତଦନ୍ତ ଦାବି


ସାକ୍ଷୀଗୋପାଳ -----ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ବଳପୁର ଠାରେ ଚାଲିଥିବା ପାନୀୟ ଜଳ ମେଗା ପ୍ରକଳ୍ପ କାର୍ଯ୍ୟରେ ପାଇପି ବିଛାରେ ଘୋର ଅନିୟମିତତା ନେଇ ଭିଜିଲାନ୍ସ ତଦନ୍ତ ଦାବି କଲେ ପୂର୍ବତନ ସରପଞ୍ଚ ଓ ଜନସାଧାରଣ । ଏପରିକି ମାଟି ଉପରେ ପାଇପି ଥୋଇ ଦେଇ ଲକ୍ଷାଧିକ ଟଙ୍କା ତୋଷରପାତ କରାଯାଇଥିବା ଜଣାପଡିଛି ।  ପାଇପି ପୋତିବାର ଅଳ୍ପ କେତେଦିନ ପରେ ତାହା ଫାଟି ଯାଉଥିବା ଜଣାପଡିଛି । ମେଗା ପ୍ରକଳ୍ପ କାର୍ଯ୍ୟ କରୁଛି ଏଲଆଣ୍ଡଟି କମ୍ପାନୀ । ଯାହାକି ନିମ୍ନମାନର କାମ କରାଯାଉଛି ବୋଲି କାର୍ଯ୍ୟ ଆରମ୍ଭରୁ ବିରୋଧ ଦେଖାଯାଇଛି । ଅଭିଯୋଗ କରିଲେ ମଧ୍ୟ କମ୍ପାନୀ ଜିଲ୍ଲା ର ଉଚ୍ଚ ପଦସ୍ଥ ଅଧିକାରୀ ଓ ରାଜନୈତିକ ନେତାଙ୍କ ବାହୁଛାୟାତଳେ ରହିଛି ବୋଲି ଲୋକମାନେ କହନ୍ତି ।  ପୁରୀ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅନେକ ଲିଖିତ ଅଭିଯୋଗ ହୋଇଛି ମାତ୍ର ଅଭିଯୋଗ ଗୁଡିକ ଜିଲ୍ଲାପାଳଙ୍କ ଡଷ୍ଟବିନିରେ ପଡୁଛି । ଏହି ହେଉଛି ରାଜ୍ୟ ସରକାରଙ୍କ ୫ଟି ଯୋଜନା ବୋଲି ଲୋକମାନେ କହନ୍ତି ।   ପୁରୀ ଜିଲ୍ଲା ପାଳ ଭିଜିଲାନ୍ସ ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts