Breaking News

ସତ୍ୟବାଦୀରେ ଘରଭଙ୍ଗା ତଦନ୍ତରେ ଅନିୟମିତତା ; ୨୧ରେ ହେବ ବିକ୍ଷୋଭ

ସାକ୍ଷୀଗୋପାଳ -----  ସତ୍ୟବାଦୀ ବ୍ଳକରେ ଘର ଭଙ୍ଗା ତାଳିକାରେ ଅନିୟମିତା ହୋଇଥିବା ନେଇ ଅଭିଯୋଗ ଓ ବିକ୍ଷୋଭ ହୋଇଥିଲା । ମାତ୍ର କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରାଯିବାରୁ  ଚଳିତ ଡିସେମ୍ବର ମାସ ୧୦ ତାରିଖ ଦିନ ବାତ୍ୟାରେ  ଘରଭଙ୍ଗା ସାହାର୍ଯ୍ୟରୁ ବଞ୍ଚିତ ପରିବାର ମାନଙ୍କ ସହ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସଚ୍ଚିକାନ୍ତ ବରାଳ, ଦୁର୍ଗେଶ ମିଶ୍ର ଓ ରମାଭଲ୍ଲବ ବରାଳ ପ୍ରମୁଖ ସତ୍ୟବାଦୀ ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।  ମାତ୍ର ଘର ଭାଙ୍ଗି ଥିବା ଲୋକଙ୍କ ନାମ ଛାତ ଘର ତାଲିକାରେ ରହିଛି ।  ଛାତ ଘର ଲୋକ ନାମ ରହିଲା କଚାଘର ତାଲିକାରେ । ଏପରିକି କେତକ ପରିବାରଙ୍କ ନାମ ତାଲିକାରୁ ବାଦ କରାଯାଇଛ ଏହାର ପୁର୍ନବିଚାର କରିବା ପାଇଁ ଦାବି କରାଯାଇଥିଲ ।ତହସିଲଦାରଙ୍କୁ ଦେଖା କରିବାରୁ  ଉପଜିଲ୍ଲାପାଳ ଯାହା ନିସ୍ପତି ନେବେ ବୋଲି ତହସିଲଦାର କହିଥିଲେ । ଏଣୁ ଏ ସମ୍ପର୍କରେ ଏକ ଦାବିପତ୍ର ଦେବା ସହ ଚରମପତ୍ର ଉପଜିଲ୍ଳାପାଳଙ୍କୁ ଦିଆଯାଇଛି । ଯଦି ସତ୍ୟବାଦୀ ବ୍ଳକରେ ହୋଇଥିବା ଘରଭଙ୍ଗା ଦୁର୍ନିୀତି ସଠିକ ତଦନ୍ତ କରାନଯାଇ ବଞ୍ଚିତ ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦିଆନଯାଏ ତା ହେଲେ ଆଗାମୀ ମଙ୍ଗଳବାର ୨୧ ତାରିଖ ଦିନ ସେହି ପରିବାର ସହ ବିକ୍ଷୋଭ , ଧାରଣା, ଓ ଅନଶନ କରାଯିବ ବୋଲି ଶ୍ରୀ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ  ଧୀରେନ୍ଦ୍ର ସେନାପତି 

Blog Archive

Popular Posts