Breaking News

କଣାସ ବ୍ଳକରେ ୧୦ ହଜାର ୭୭୩ ଜଣ ଶିଶୁ ପୋଲିଓ ବୁନ୍ଦା ଖାଇଲେ


ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାର କଣାସ ବ୍ଳକରେ ପ୍ରଥମ ଦିନରେ ୨୧୦ ହଜାର ୭୭୩ ଜଣ ପିଲା ପୋଲିଓ ବୁନ୍ଦା ଖାଇଥିବା ବ୍ଳକ ପ୍ରୋଗ୍ରାମ ମ୍ୟାନେଜର ଧନେଶ୍ୱର ସ୍ୱାଇଁ ଙ୍କ ଠାରୁ ପ୍ରକାଶ । ୫୩ଟି ପୋଲିଓ ବୁଥ କରାଯାଇଥିବା ବେଳେ ୨ଟି ଭାମ୍ୟମାଣ ପୋଲିଓ ବୁଥ କରାଯାଇଥିଲା । ୨୧୬ ଜଣ ପୋଲିଓ କର୍ମୀ ରହିଥିବା ବେଳେ ୧୧ ଜଣ ମହିଳା ପୁରୁଷ ସୁପରଭାଇଜର ନିଯୁକ୍ତି ହୋଇଥିଲେ । ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ  ଡା. ଇନ୍ଦିରା ମିଶ୍ର କଣାସ ବ୍ଳକର ବିଭିନ୍ନ ପୋଲିଓ ବୁଥ ପରିଦର୍ଶନ କରିଥିଲେ । କଣାସ ଚିକିତ୍ସାଧିକାରୀ ଡା. ବିଶ୍ୱରଞ୍ଜନ ଜେନା, ବ୍ଳକ ସ୍ୱାସ୍ଥ୍ୟ ଶିକ୍ଷାଧିକାରୀ ଦୁଃଶାସନ ସ୍ୱାଇଁ ବିଭିନ୍ନ ପୋଲିଓ ବୁଥ ବୁଲିଥିଲେ । ସକାଳ ୮ ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପୋଲିଓ ବୁଥ ଗୁଡିକ ଖୋଲା ରହିଥିଲା ।
 କଣାସରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts