ବନ୍ଧୁୁ ମିଳନ ଓ ବୃକ୍ଷ ରୋପଣ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର ଅଳଗୁମ ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୯୩ ମସିହାର ପୁରାତନ ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ବଉଳଗଛ ଚାରା ରୋପଣ କରାଯାଇଥିଲା । ପରେ ପରେ ସେହି ବିଦ୍ୟାଳୟର ପିଲାଦିନର କଥାକୁ ବଖାଣିଥିଲେ । ଏହି ଆଲେଚନାରେ ଯଯାତି କେଶରୀ ରାୟ, ସୁକାନ୍ତ କୁମାର ପ୍ରଧାନ, କାମାକ୍ଷା ପ୍ରସାଦ ମହାନ୍ତି, ଦିଲିପ ପଣ୍ଡା, ଦେବାଶିଷ ବରାଳ, ବିଶ୍ୱ ରଂଜନ ମହାରଣା, ସତ୍ୟ ନାରାୟଣ ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ମୋ ସ୍କୁଲ ଯୋଜନାରେ ସାମିଲ ହେବା ପାଇଁ ନିସ୍ପତି ନେଇଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି