Breaking News

ପାଣି ପଞ୍ଚାୟତ ଚାଷୀ ମାନଙ୍କର ଆଧାର ଲିଙ୍କ ହେଲା

 ସାକ୍ଷୀଗୋପାଳ---- ସତ୍ୟବାଦୀ ଓ ବଳଙ୍ଗା ଜଳ ସେଚନ ଡିଭିଜନର ବିଭିନ୍ନ ପାଣି ପଞ୍ଚାୟତର ସଦସ୍ୟ ମାନଙ୍କର ଜମି ସହିତ ଆଧାର ଲିଙ୍କ କାର୍ଯ୍ୟ ଯୋରସୋର ଚାଲିଛି । ଗୋଟିଏ ପଟେ ପାଣି ପଞ୍ଚାୟତ ଗଠନ କରାଯାଉଥିବା ବେଳେଅନ୍ୟ ପକ୍ଷେ ଉକ୍ତ ଚାଷୀ ମାନଙ୍କର ଜମି ସହିତ ଆଧାର ଲିଙ୍କ କରାଯାଉଛି । ଯାହା ଫଳରେକି ଚାଷୀ ବା ପାଣି ପଞ୍ଚାୟତର ସଦସ୍ୟ ବା କର୍ମକର୍ତ୍ତା ମାନଙ୍କର ସମସ୍ତ ତଥ୍ୟ ସରକାରଙ୍କ ପାଖରେ ରହିବ ବୋଲି ସାକ୍ଷୀଗୋପାଳ ଜଳସେଚନ ବିଭାଗର ଉପ ନିର୍ବାହୀ ଯନ୍ତ୍ରୀ ରଘୁନାଥ ସ୍ୱାଇଁଙ୍କ ଠାରୁ ପ୍ରକାଶ । ଏହି କାର୍ଯ୍ୟ ବ୍ରଜ କିଶୋର ଦାସ, ବିନୟ କୁମାର ଜେନା, ଶ୍ରାମ ସୁନ୍ଦର ଦାସ, ତ୍ରିନାଥ ସେଠୀ, ପ୍ରଦିପ୍ତ କୁମାର ମିଶ୍ର ପ୍ରମୁଖ ଗାଁକୁ ଗାଁ ବୁଲି ଚାଷୀ ମାନଙ୍କଠାରୁ ଆଧାର ଲିଙ୍କ କରାଉଥିବାର ଜଣାପଡିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts