Breaking News

ଯୁବ କଳାକାରଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ --- ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ପ୍ରଭାତ କ୍ଳବ ପକ୍ଷରୁ ଜାତୀୟ ଯୁବ ଦିବସ ଅବସରରେ ପ୍ରତିଭା ସମ୍ପନ୍ନ କଳାକାର ଖୋଜୁଛି ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କ୍ଳବର ସଭାପତି ଅଧ୍ୟାପକ ପ୍ରକାଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସ୍ତରୀୟ ସଂକୀର୍ତ୍ତନ ଗାୟକ ସମାରୋହରେ ଶ୍ରେଷ୍ଟ ସ୍ଥାନ ଅଧିକାର କରିଥିବା ଗାୟକ ବାନାମ୍ବର ପ୍ରଧାନଙ୍କୁ ମାନପତ୍ର ଉପଢ଼ୌକନ ଦେଇ ସମ୍ବଦ୍ଧିତ କରାଯାଇଥିଲା  । କ୍ଳବର ସମ୍ପାଦକ ପଦ୍ମନାଭ ବରାଳ, ସଭ୍ୟ ଦୀପକ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts