Breaking News

ସାକ୍ଷୀଗୋପିନାଥଙ୍କ ପୁଷ୍ପାଭିଷେକ ବେଶ

 ସାକ୍ଷୀଗୋପାଳ ------   ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ଶୁକ୍ରବାର ଠାକୁରଙ୍କର ପୁଷ୍ପାଭିଷେକ ବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରତିଦିନ ଭଳି ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା । ଦ୍ୱିପହରେ ସୁବାସିତ ଜଳକୁ ପୂଜା କରାଯିବା ପରେ ଠାକୁରଙ୍କୁ ସେବାୟତ ମାନେ  ମହାସ୍ନାନ କରାଇଥିଲେ  ।  ନୂତନ ଧୋତି ଓ ଶାଢ଼ି ଲାଗି ପ୍ରଭୁ ସାକ୍ଷୀଗୋପିନାଥଙ୍କୁ  କରାଯାଇଥିଲା  ।  ପରେ  ଧୂପରେ ଯାତଭୋଗ ଓ ଆଳତି ଉପଚାର କରାଯିବା ପରେ କୁସୁମ, ମାଣିକିଚାନ୍ଦି, ରଜନୀଗନ୍ଧା, ଗୋଲାପ ଓ ସେବତୀ ଫୁଲରେ ପ୍ରସ୍ତୁତି ଗୋଡ, ଟୋପି, ଛତ୍ରୀ, ତ୍ରାସ, ଫୁଲମାଳ ଆଦି ବସ୍ତ୍ର, ଭୁଷଣ ଲାଗି କରାଯାଇଥିଲା  । ଏ ସବୁକୁ ମାଳି ସେବକ ମାନେ ପ୍ରସ୍ତୁତି କରିଥିଲେ  ।  ଠାକୁରଙ୍କ ମୁଖ ମଣ୍ଡଳ ବ୍ୟତୀତ ଫୁଲରେ ସର୍ବାଙ୍ଗ ଶରୀର ଲୁଚିଯାଇଥାଏ  । ଅପରାହ୍ନରୁ ରାତ୍ର ୮ ଟା ପର୍ଯ୍ୟନ୍ତ ଏହି ବେଶ ଦେଖିବା ପାଇଁ ମିଳୁଥିବାରୁ ଶ୍ରଦ୍ଧାଳୁ ମାନଙ୍କର ଗହଳି ଲାଗିଥିଲା ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts