ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ମସାଲ ଶୋଭାଯାତ୍ରା
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ବେରବୋଇ ଗାନ୍ଧୀ ପୀଠରୁ ଶୁକ୍ରବାର ସକାଳେ ମସାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାକୁ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଗାନ୍ଧୀ ସ୍ମାରକୀ ସମିତିର ସଭାପତି ଇଂ ବିଚିତ୍ରା ନନ୍ଦ ମହାନ୍ତି, ସମ୍ପାଦକ ଚନ୍ଦ୍ର ଶେଖର ବିଶ୍ୱାଳ, ସମିତିସଭ୍ୟ ଅଭିମନ୍ୟୁ ରାଉତ, କସ୍ତୁରବା ଟ୍ରଷ୍ଟର ସଂଚାଳିକା କବିତା ରାଣି ପରିଡା ଓ ସରପଞ୍ଚଙ୍କ ପ୍ରତିନିଧି ବାପି ସ୍ୱାଇଁ ପ୍ରମୁୂଖ ଉପସ୍ଥିତ ରହିଥିଲେ । ଗାନ୍ଧୀଙ୍କ ପ୍ରତିମୂତ୍ତିରେ ସୁତୀମାଳ ପ୍ରଦାନ କରିବା ସହ ଧୂପ, ଦୀପ ଦେଇ ପୂଜାର୍ଚ୍ଚନା ଆଳତି ଓ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା । ଉକ୍ତ ଆଳତିରୁ ଜ୍ୟୋତି ସଂଗ୍ରହ କରାଯାଇ ମସାଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ ବିଦ୍ୟାଳୟର ପୁରାତନ ଛାତ୍ର ପରିଷଦ, ଅଭ୍ୟର୍ଥନା କମିଟି, ସଂଯୋଜକଙ୍କ ସହିତ ପୁରାତନ ଛାତ୍ରଛାତ୍ରୀ ମାନେ ଏହି ମସାଲ ଶେଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି