Breaking News

ପୁତୁରା ମାଡରେ ଦାଦା ଲହୁଲୁହାଣ

ସାକ୍ଷୀଗୋପାଳ---  ସତ୍ୟବାଦୀ ଥାନା ଅନ୍ତର୍ଗତ ଅଭୟମୁଖୀ ଗ୍ରାମ ପଞ୍ଚାୟତର ଇନ୍ଦିପୁର ଗ୍ରାମର ବଡସାହିରେ ଶୁକ୍ରବାର ସକାଳେ ପୁତୁରା  ଦାଦାଙ୍କୁ ମାରଣାତ୍ମକ ଆକ୍ରମଣ କରାଯାଇଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହେଇଛି । ଘଟଣାରୁ ପ୍ରକାଶ ଯେ ଭିକାରୀ ପ୍ରଧାନ (୬୦)ଙ୍କୁ ତାଙ୍କ ପୁତୁରା   ଧଡିଆ ପ୍ରଧାନ ଘରବାରି ଓ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଆଜି ସକାଳେ ଏକ ଧାରୁଆ ଅସ୍ତରେ ଆକ୍ରମଣ କରି ଭିକାରୀଙ୍କୁ ଲହୁଲୁହାଣ କରି ଦେଇଛି । ଏପରିକି ଠେଙ୍ଗାରେ ମଧ୍ୟ ମାଡ ମାରିବା ଯୋଗୁ ଭିକାରୀଙ୍କର ବାମ ହାତ ଭାଙ୍ଗି ଯାଇଥିବା ଜଣାପଡିଛି । ଏପରିକି ମୁଣ୍ଡ, ଗୋଡ, ହାତ, ପିଟି, ଛାତି ବିଭିନ୍ନ ଯାଗରେ ଖଣ୍ଡିଆ ଖାବେରା ହୋଇଛି  । ସତ୍ୟବାଦୀ ପୋଲିସ ଅଭିଯୋଗକୁ ଭିତ୍ତିକରି ଏକ କେସରୁଜ କରି ତଦନ୍ତ ଜାରି ରଖିଛି । ଖବର ଲେଖା ହେବା ବେଳକୁ ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ

Blog Archive

Popular Posts