Breaking News

ଷଷ୍ଠ ବାର୍ଷିକ ଚନ୍ଦ୍ରଭାଗା ପୋଏଟ୍ରି ଫେଷ୍ଟିଭାଲ ଉଦ୍ଯାପିତ

କୋଣାର୍କ--- ସେଞ୍ଚୁରିଆନ ୟୁନିଭରସିଟି ଓ ଚନ୍ଦ୍ରଭାଗା ପୋଏଟ୍ରି ଫେଷ୍ଟିଭାଲ କମିଟିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଷଷ୍ଠ ବାର୍ଷିକ ଚନ୍ଦ୍ରଭାଗା ପୋଏଟ୍ରି ଫେଷ୍ଟିଭାଲ ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛିି । ବରିଷ୍ଠ ଭାଷାବିତ୍ ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଦୁଇଦିନିଆ ଚନ୍ଦ୍ରଭାଗା ପୋଏଟ୍ରି ଫେଷ୍ଟିଭାଲ କମିଟିର ସଭାପତି ପ୍ରଫେସର ମନୋରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ  ।  କବୟିତ୍ରୀ ସବିତା ସିଂହ ଏହି ଫେଷ୍ଟିଭାଲର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଦୁଇଦିନନ ଧରି ଆୟୋଜିତ କବିତା ପାଠ ଆଲୋଚନା ଚକ୍ରରେ ଆନ୍ତର୍ଜତିକ ଖ୍ୟାତିସମ୍ପର୍ଣ୍ଣ କବି ପ୍ରଫେସର ଜୟନ୍ତ ମହାପାତ୍ର,  ଫରାସୀ କବି ଲାରା ଦୋଫା ଓ ୟୁଭେସ ୱାଲେଟ, ପ୍ରଫେସର ଅଶ୍ୱିନୀ କୁମାର, ପ୍ରଫେସର ଅପର୍ଣ୍ଣାମହାନ୍ତି, ବିଦ୍ୟୁତ ମହାନ୍ତି ଗୋପିନାଥ ବାଗ ବାସୁଦେବ ସୁନାନୀ, ଆଶୁତୋଷ ପରିଡା,  ମୋହନ ଚିନ୍ଦା, ଶ୍ରୀନିବାସ ଗୋସ୍ୱାମୀ, ଇନାମ ଗୋମାଙ୍ଗ, ନୃପେନ୍ଦ୍ର ଠାକୁର, ଚୈତ୍ରମ ନାଗ ପ୍ରମୁଖ ଯୋଗ ଦେଇ ସ୍ୱାରଚିତ କବିତା ପାଠ ଓ ଆଲୋଚନା ଚକ୍ରରେ ଭାଗ ନେଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା  ପୁସ୍ତକ ଓ  ଚନ୍ଦ୍ରଭାଗା ପଏଟ୍ରି ଫେଷ୍ଟିଭାଲର ସ୍ମରଣୀକାକୁ ଉନ୍ମୋଚନ କରାଯାଇଥିଲା । ନାରୀବାଦ, ଗାନ୍ଧୀବାଦ, ଦଳିତ, ଆଦିବାସୀ ସାହିତ୍ୟ ଓ ସଂସ୍କୃତି ଆଧାରିତ କବିତା ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କବିତା ଉତ୍ସବରେ ୨ଜଣ ଫରାସୀ କବିଙ୍କ ସମେତ ଅଷ୍ଟ୍ରେଲିଆ, ଓଡିଶା ତଥା ରାଜ୍ୟ ବାହାରୁ ୫୦ଜଣ କବି ଓ କବୟିତ୍ରୀ ଯୋଗଦେଇ ଓଡିଆ, ହିନ୍ଦୀ ଓ ଇଂରାଜୀ କବିତା ପାଠ ଓ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଇନଷ୍ଟିଚ୍ୟୁଟ ଅଫ୍ ନଲେଜ ସୋସାଇଟିର ନିର୍ଦ୍ଦେଶକ ପ୍ରଫେସର ଚନ୍ଦ୍ରଭାନୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିବପ୍ରସାଦ ମହାନ୍ତି ଓ ସାମ୍ବାଦିକ ପ୍ରଦ୍ୟୁତ ବିଶ୍ୱାଳ ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ ।
 କୋଣାର୍କରୁ ଅଜିତ କୁମାର ମଲିକ 

Blog Archive

Popular Posts