ଉପଭୋକ୍ତାଙ୍କ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ କରାଗଲେ ଉପଭୋକ୍ତା ମହାସଂଘ ବିରୋଧ କରିବ
କୁଜଙ୍ଗ----- ଖିଲାପି ବିଦ୍ୟୁତ ଉପଭୋକ୍ତା ମାନଙ୍କ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ କରିବା ନିଷ୍ପତି ସମ୍ପୁର୍ଣ୍ଣ ଏକତରଫା ଓ ଏହାକୁ ରାଜ୍ୟ ଉପଭୋକ୍ତା ମହାସଂଘ ବିରୋଧ କରିଛି । ମହାସଂଘର ସଭାପତି ବଂଶୀଧର ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବର୍ଷବର୍ଷ ଧରି ବିଦ୍ୟୁତ ବଣ୍ଟନ କମ୍ପାନୀ (ସେସୁ) ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ନିର୍ଦ୍ଦେଶିତ ଗାଇଡ ଲାଇନକୁ ଅଣଦେଖା କରିଆସୁଛି । ନିର୍ଦ୍ଦିଷ୍ଟ ସମୟରେ ବିଦ୍ୟାୁତ ବିଲ ଆଦାୟ ନକରିବା, ବିନା ମିଟରରେ ବିଦ୍ୟୁତ ସଂଯୋଗ ଦେଇ ଲୋଡ ଫ୍ୟାକ୍ଟର ବିଲିଂ ପ୍ରଦାନ କରିବା ସମ୍ପୁର୍ଣ୍ଣ ଭୁଲ ବୋଲି ସେ କହିଛନ୍ତି । ତୃଟି ଓ ବିବାଦୀୟ ବିଦ୍ୟୁତ ବିଲିକୁ ଶଂଶୋଧନ ନକରି ବକେୟା ବଢାଇ ଚାଲିବା, ବିବ୍ୟୁତ ଉପଭୋକ୍ତା ମାନଙ୍କର ଅଭିଯୋଗ ଗୁଡିକ ସମାଧାନ ନକରି ବିଳମ୍ବ କରିବା ଦ୍ୱାରା ଉପଭୋକ୍ତାଙ୍କ ବିଦ୍ୟୁତ ବକେୟା ବଢିଚାଲିଛି । ଏଥିପାଇଁ ବିଦ୍ୟୁତ ବିତରଣ କମ୍ପାନୀ ଦାୟୀ ଓ ଏହାର ସମାଧାନ ପାଇଁ ସରକାର ଦୃଷ୍ଟି ଦେବାକୁ ସେ ଦାବୀ କରିଛନ୍ତି । ଯଦି କୌଣସି ସମାଧାନର ବାଟ ବାହାର ନକରି ଉପଭୋକ୍ତାଉଙ୍କ ବିଦ୍ୟୁତ ସଂଯୋଗ ବିଚ୍ଚିନ୍ନ କରାଯାଏ ଏହାକୁ ମହାସଂଘ ତରଫରୁ ତିବ୍ର ବିରୋଧ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର