Breaking News

ଅଜଣା ବୃ୍ଦ୍ଧାଙ୍କ ମଣିଜଙ୍ଗା ମେଡିକାଲରେ ମୃତ୍ୟୁ

ଜଗତସିଂହପୁର--ତିର୍ତ୍ତୋଲ ଥାନା ଅନ୍ତର୍ଗତ କୋଟକଣା ବଜାର ନିକଟସ୍ଥ କଟକ-ପାରାଦ୍ୱିପ ରାସ୍ତା କଡରେ ଜନୈକ ଅଜଣା ବୃଦ୍ଧା ପଡିରହିଥିଲେ ।  ଅସହ୍ୟ ଶୀତରେ ଥରୁଥିବା ବେଳେ ଗତକାଲି ରାତିରେ  ସ୍ଥାନୀୟ କିଛି ଲୋକ ଆମ୍ବୁଲାନ୍ସ ଡାକି ବୃଦ୍ଧାଙ୍କୁ ମଣିଜଙ୍ଗା ମେଡିକାଲକୁ ପଠାଇ ଦେଇଥିଲେ । ଆଜି ସକାଳୁ ମଣିଜଙ୍ଗା ମେଡିକାଲରେ ଉକ୍ତ ଅଜଣା ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଛି। ଉକ୍ତ ବୃଦ୍ଧାଙ୍କର ପରିଚୟ ମିଳିନଥିବା ବେଳେ ମେଡିକାଲରେ ତିର୍ତ୍ତୋଲ ପୋଲିସ ପହଁଚି ତଦନ୍ତ ଚଳାଇଛି। 

ଜଗତସିଂହପୁର ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts