Breaking News

ଭଗିନୀ ନିବେଦିତା ବିଦ୍ୟାପୀଠରେ ଗୁରୁ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ ଉତ୍ସବ

 P Mohapatra
Jagatasinghpur 
କୁଜଙ୍ଗ------ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର (ଶ) ପଞ୍ଚାୟତ ଶଂଙ୍ଖେସ୍ୱର ସ୍ଥିତ ଭଗିନୀ ନିବେଦିତା ବିଦ୍ୟାପୀଠ ପରିସରରେ ରବିବାର ଗୁରୁ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ୧୯୯୨ ବ୍ୟାଚ ଛାତ୍ରୀଛାତ୍ରଙ୍କ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ପୁରାତନ ଶିକ୍ଷକ ଉମେଶ ପରିଡା, ହରେକୃଷ୍ଣ ଦାସ, ରଣେନ୍ଦ୍ରନାଥ ମହାନ୍ତି, ପ୍ରସନ୍ନ କୁମାର ସେଠୀ, ମାୟାଧର ମହାନ୍ତି, ସତାନନ୍ଦ ଦାଶ, ରମେଶ ଚନ୍ଦ୍ର ହୋତା, ବସନ୍ତ କୁମାର ବେହେରା, ନରେନ୍ଦ୍ର କୁମାର ପୃଷ୍ଟି, ଅନ୍ନପୁର୍ଣ୍ଣା ସାହୁ, ସ୍ୱର୍ଣ୍ଣଲତା ଦାସ, ମମତା ଦାସ, ମଧୁସ୍ମିତା ଓଝା, ସାଗରିକା ମହାପାତ୍ରଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା  ।  ରାମାୟଣୀ ପଣ୍ଡିତ ଅଭୟ ଦାଶଙ୍କ ତତ୍ୱାବଧାନରେ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଦିବଂଗତ ଶିକ୍ଷକ ପଣ୍ଡିତ କୃତିବାସ କର, ପ୍ରଫୁଲ୍ଲ କୁମାର ମିଶ୍ର, ନିରଞ୍ଜନ ସାହୁ, ତପନ କୁମାର ଦାଶଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା  । ପୁରାତନ ଛାତ୍ର ରଞ୍ଜନ ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ସଚ୍ଚିକାନ୍ତ ବେହେରା, ବିମ୍ବାଧର ପୃଷ୍ଟି, ଆଲୋକ ପୃଷ୍ଟି, କୃତିବାସ ବାରିକ, କ୍ଷିରୋଦ ପଟ୍ଟନାୟକ, ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଜଗତସିଂପୁରରୁ ପ୍ର,ୟ କୁମାର ମହାପାତ୍ର  

Blog Archive

Popular Posts