Breaking News

ବାର୍ଷିକ ଜ୍ଞାନ ଓ ବିଞ୍ଜାନ ମେଳା ଅନୁଷ୍ଠିତ

ଡେଲାଙ୍ଗ ---- ଡେଲାଙ୍ଗ ରେଞ୍ଚ ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୧୯ ତମ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ସହିତ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି  । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ପ୍ରସାଦ ଆଚାରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ  । ଡେଲାଙ୍ଗ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡା, ସମ୍ମାନୀତ ଅତିଥି. ବିଦ୍ୟାଳୟର ସମ୍ପାଦକ ତଥା ପ୍ରତିଷ୍ଠାତା ଅକ୍ଷୟ କୁମାର ସ୍ୱାଇଁ, ସଭାପତି ତ୍ରିଲୋଚନ ମହାରଣା, କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଅଶୋକ କୁମାର ବଳିୟାରସିଂ ପ୍ରମୁଖ ଯୋଗଦେଇଥିଲେ  । ବିଦ୍ୟାଳୟର ଶିକ୍ଷୟତ୍ରୀ ଅନୁସୂୟା ପାଠୀ  ସ୍ୱାଗତ ଭାଷଣ ଦେଇଥିଲେ  । ପୁରଷ୍କାର ବିତରଣ ଉତ୍ସବରେ ଅଞ୍ଜନ କୁମାର ରାଉତ, ମିନତୀ ବାରିକ, ହୃଦାନନ୍ଦ ସାମନ୍ତରାୟ ପ୍ରମୁଖ କାର୍ଯର୍୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  । ଶିକ୍ଷକ ଅଞ୍ଜନ କୁମାର ରାଉତ ଧନ୍ୟବାଦ ଦେଇଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts