ଶରଣକୁଳରେ ରକ୍ତଦାନ ଶିବିର,୫୧ ୟୁନିଟ ରକ୍ତ ସଂଗୃହୀତ
ନୟାଗଡ଼ ---ରକ୍ତଦାନ ଜୀବନ ଦାନ। ନୟାଗଡ଼ ଜିଲ୍ଲା ଶରଣକୁଳର ବିଦ୍ୟୁତ କାର୍ଯ୍ୟାଳୟର ବିଶ୍ବକର୍ମାପୂଜା ମଣ୍ଡପରେ ଶୁକ୍ରବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ଫ୍ରେଣ୍ଡସ ହେଲ୍ପ ଗ୍ରୁପ ଓ ଆମ ଓଡିଶା ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ନୟାଗଡ ବିଦ୍ୟୁତ ଡିଭିଜନର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ସୁଜିତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଦୀପକ ରଂଜନ ଦାସ ,ଇଂ ଭାଗ୍ୟବାନ ପ୍ରଧାନ ,ଇଂ ବିଜୟ କୁମାର ପଣ୍ଡା,କନିଷ୍ଠ ଯତ୍ନୀ ସତ୍ୟଜିତ ମହାନ୍ତି, କନିଷ୍ଠ ଯତ୍ନୀ ବଳଭଦ୍ର ସାମନ୍ତରାୟ,ପଂଚିରିଡା ବନାଂଚଳ ଅଧିକାରୀ ଅର୍ଚ୍ଚନା ଗମାଙ୍ଗୋ,ଶରଣକୁଳ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ନାରାୟଣ ସାହୁ ଉପସ୍ଥିତ ଥିଲେ।ଏଥିରେ ମୋଟ ୫୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ "ଆମ ଓଡିଶା" ର ସଂଗ୍ରାମ କେଶରୀ ସାମନ୍ତରାୟ , ସମ୍ବାଦ ଓଡ଼ଗାଁ ପ୍ରତିନିଧି ହୃଦୟ ରଂଜନ ମହାରଣା ଓ ଫ୍ରେଣ୍ଡସ ହେଲ୍ପ ଗ୍ରୁପର ସୁଜିତ କୁମାର ପ୍ରଧାନ,ପ୍ରକାଶ ଚନ୍ଦ୍ର ମାନ୍ନା,ପ୍ରଦୀପ୍ତ ସେନାପତି, ଦିଲ୍ଲୀପ କୁମାର ମହାପାତ୍ର, ବରୁଣ ସ୍ବାଇଁ ଓ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ। ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ