ବିଜେପିର ଧାରଣା ପରେ; ସତ୍ୟବାଦୀ ଥାନାରେ ୧୬ ଘଣ୍ଟା ଅଟକଥିବା ଦିବ୍ୟାଙ୍ଗ ଯୁବକ ମୁକ୍ତ ହେଲେ
ସାକ୍ଷୀଗୋପାଳ -----ଯୁଗେ ଯୁଗେ ସତ୍ୟର ଜୟ ହୋଇଛି । ସତ୍ୟବାଦୀ ବିଜେପି ପକ୍ଷରୁ ମଙ୍ଗଳବାର ଥାନା ଆଗରେ ଶତାଧିକ କର୍ମୀ ଓ ଶୁକଳ ବାଁ ବରଡା ଗ୍ରାମର ଯୁବକ ମାନେ ଧାରଣା ଦେବା ପରେ ୧୪ ଘଣ୍ଟା ଥାନରେ ଅଟକ ଥିବା ଦିବ୍ୟାଙ୍ଗ ଯୁବକ ମୁକ୍ତି ପାଇଛନ୍ତି । ସତ୍ୟବାଦୀ ଥାନା ଏବେ ବିଜେଡି ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ସତ୍ୟବାଦୀ ବିଜେପିର ଯୁବନେତା ଓମ ପ୍ରକାଶ ମିଶ୍ର କହିଛନ୍ତି । ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ ସେ ସ୍ୱାଗତ କରୁଥିବା ବେଳେ ସେଥିରେ ଥିବା ନିୟମକୁ ଅଧିକାରୀ ମାନେ ମାନୁନଥିବା ଘଟଣାକୁ ସେ ନାପସନ୍ଦ କରିଛନ୍ତି । ସୁଚନାଯୋଗ୍ୟ ଯେ ଶୁକଳ ଗ୍ରାମର ବାଁବରଡା ଗ୍ରାମର ରବି ନାରାୟଣ ସାହୁ ଜଣେ ଦିବ୍ୟାଙ୍ଗ ଯୁବକ । ତାଙ୍କ ନାମରେ ସତ୍ୟବାଦୀ ଥାନାରେ ଏକ ହରିଜନ କେସ ରହିଛି । ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲେ । ଶ୍ରୀ ସାହୁ ଅଳ୍ପ ଦିନ ତଳେ ଉଚ୍ଚ ନ୍ୟାୟଳୟରୁ ଜାମିନ ହୋଇ ଆସିଛନ୍ତି । ମାତ୍ର ତଳ କୋର୍ଟରେ ସେ ଜାମିନ ହେବାକୁ ଯାଉଥିବା ସମୟରେ ସତ୍ୟବାଦୀ ପୋଲିସ ଥାନାକୁ ଧରି ଆଣି ଅଟକ ରଖିଥଲା । ଉଚ୍ଚ ନ୍ୟାୟଳୟ ସେ ଜାମିନ ଅର୍ଡର ଆଣିଥିବା ଜଣାଇଥିଲେ । ଏବଂ ଥାନାରେ ଦେଇଥିଲେ ମଧ୍ୟ ତାଙ୍କୁ ସତ୍ୟବାଦୀ ପୋଲିସ ଛାଡିନଥିଲା । ଏପରିକି ଉଚ୍ଚ ନ୍ୟାୟଳୟ ପକ୍ଷରୁ ଦର୍ଶଯାଇଛି ଯେ ୬ ସପ୍ତାହ ମଧ୍ୟରେ ତଳ କୋର୍ଟରେ ଜାମିନ ହେବେ ବୋଲି ନିର୍ଦ୍ଦେଶ ଅଛି । ମାତ୍ର ଥାନା ଅଧିକାରୀ ସଠିକ ନ୍ୟାୟଳୟର ଆଦେଶକୁ ତର୍ଜମା ନ କରି ଶ୍ରୀ ସାହୁଙ୍କୁ ଅଟକ ରଖିଥଲେ । ଆଜି ସକାଳେ ବିଜେପି ନେତା ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଦୀପକ ଶତପଥୀ, ସୁରେନ୍ଦ୍ର ପ୍ରଧାନ, ଉମେଶ ସ୍ୱାଇଁ ପ୍ରମୁଖ ପିପିଲି ଏସଡିପିିଓ ଦେବଦତ୍ତ ବରାଳ ଓ ଥାନା ଆଇଆଇସି ଶଙ୍କୁନ୍ତଳା ପତିଙ୍କ ସହିତ ଆଲେଚନା ହୋଇଥିଲା । ସେଥିରେ ବିଫଳ ହୋଇଥିଲା । ରବିନାରାୟଣଙ୍କୁ ମୁକ୍ତ ଦାବି କରି ଥାନା ଆଗରେ ଧାରଣା ଆଜି ସକାଳ ୧୦ ଟା ସମୟରେ ବିଜେପି ନେତା ଓମ ପ୍ରକାଶ ମିଶ୍ରଙ୍କ ନେତ୍ୱତୃରେ ଦୀପକ ଶତପଥୀ, ଉମେଶ ପ୍ରଧାନ, ଜୟପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବିଶ୍ୱଜିତି ମହାପାତ୍ର, ବିଜେପି ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଶ୍ରୀଧର ପ୍ରଧାନଙ୍କ ସହିତ ପ୍ରଫୁଲ ସେନାପତି, ବିମ୍ବାଧର ସ୍ୱାଇଁ, ମାଗୁଣି ସାହୁ, ମଦନ ସ୍ୱାଇଁ, ସୁରଥ ମହାପାତ୍ର, ପ୍ରଦୀପ ସ୍ୱାଇଁ ,ପ୍ରକାଶ ସ୍ୱାଇଁ,ମାଗୁଣି ସ୍ୱାଇଁ ପ୍ରମୁଖ ଗ୍ରାମର ଯୁବକ ମାନେ ଥାନା ଆଗରେ ରବିନାରାୟଣଙ୍କୁ ଖଲାସ ଦାବିରେ ଧାରଣା ଦେଇଥିଲେ । ଏସଡିପିଓ ଦେବଦତ୍ତ ବରାଳ ଓ ସତ୍ୟବାଦୀ ଥାନା ଆଇଆଇସି ଶଙ୍କୁନ୍ତଳା ପତି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ଆଲେଚନା କରିବା ପରେ ଅଟକ ରଖିଥିବା ଯୁବକଙ୍କୁ ଖଲାସ କରିଥିଲେ । ଏଣୁ ସତ୍ୟର ଜୟ ହେଲା ବୋଲି ବିଜେପି ନେତା ଶ୍ରୀ ମିଶ୍ର କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି