ସାକ୍ଷୀଗୋପାଳ ------ଦିଲ୍ଲୀର ଜବାହରଲାଲ ନେହୁର ବିଶ୍ୱବିଦ୍ୟାଳୟ ( ଜେଏନ୍ୟୁ)ପରିସରରେ ରବିବାର ରାତିରେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଘୋର ନିନ୍ଦା କରିବା ସହ ବିଭିନ୍ନ ଲେଖା ଥିବା ପ୍ଳାକର୍ଡ ହାତରେ ଧରି ନାରାବାଜି ଦେଇଥିଲେ । ଏପରିକି ଯେଉଁଠି ଅଣ ଛାତ୍ର ମାନେ କଲେଜ ପବରିସରରେ ଆକ୍ରମଣ କରୁଛନ୍ତି ସେମାନଙ୍କ ପଛରେ ଥିବା ହାତକୁ ପ୍ରଥମେ ଠାବ କରାଯାଇ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ଛାତ୍ରଛାତ୍ରୀ ମାନେ ମତ ପ୍ରକାଶ କରିଥିଲେ । କେତକ ଛାତ୍ରୀ ମାନେ ମହିଳା ସାମ୍ବାଦିକାଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗ ଉଠାଇବା ସହ ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ଛାତ୍ରଛାତ୍ରୀ ଓ ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ଯୋଗାଇ ଦେବାକୁ କହିଛନ୍ତି । ବିଶ୍ୱଜିତି ପରିଡା, ଅଭିଷେକ ବେହେରା, ମୃତ୍ୟୁଞ୍ଜୟ ମହାପାତ୍ର, ଶିବ ପ୍ରସାଦ ମହାରଣା,ସୋନାଲି ସାହୁ, ଗିତାରାଣି ସାହୁ, ବୀଣା ବେହେରା, ବର୍ଷାରାଣି ବାରିକ ଓ ସସ୍ମିତା ଗୌଢ଼ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି