ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
ବେଗୁନିଆ,--- ୫୭ ନମ୍ବର ଖୋର୍ଦ୍ଧା –ବଲାଙ୍ଗୀର ଜାତୀୟ ରାଜପଥର ବେଗୁନିଆ ବ୍ଲକ ନିକଟସ୍ଥ ଡାକବଙ୍ଗଳା ଠାରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଏଥିରେ ନୟାଗଡ ଜିଲ୍ଲା ଲାଠିପଡା ଗ୍ରାମର ସୁବାସ କୁମାର ସେଠୀ ଓଡି ୨୫ ଏଫ ୫୪୨୫ ନମ୍ବର ବିଶିଷ୍ଟ ବାଇକରେ ନିଜ ଗ୍ରାମକୁ ଫେରୁଥିବା ସମୟରେ ପଛ ପଟରୁ ନୟାଗଡ ଅଭିମୁଖେ ଯାଉଥିବା ଏକ କାର ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ସେ ଗୁରୁତର ଭାବେ ଆହତ ହୋଇ ତଳେ ପଡିଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଛନ୍ତି । ସେହିପରି ଅନ୍ୟ ଏକ ଘଟଣାରେ ବେଗୁନିଆ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଲୋକିପୁର ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ପ୍ରଫୁଲ କୁମାର କହଲସିଂହ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ଡାଳତୋଳା ବଜାର ଆଗରେ ଥିବା ପାଣିଟାଙ୍କି ନିକଟରେ ଗଡମାଣିତୀରରୁ ପୁରୀ ଯାଉଥିବା ରାଧାଗୋବିନ୍ଦ ବସ ତାଙ୍କୁ ଧକ୍କା ଦେଇଥିଲା । ବସ ଧକ୍କାରେ ଶ୍ରୀ କହଲସିଂହ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ପ୍ରଶାସନ ନ ପହଞ୍ଚିବା ପର୍ଯ୍ୟନ୍ତ ରାସ୍ତାରୁ ଶବ ନ ଉଠାଇବା ପାଇଁ ଲୋକମାନେ ଜିଦ ଧରି ବସିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାକୁ ଅନୁଧ୍ୟାନ
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା