ବାର୍ଷିକ ଉତ୍ସବ ଓ ପୂଜ୍ୟପୂଜା ଆସର
କୁଜଙ୍ଗ---- କୁଜଙ୍ଗ ଥାନା ଅନ୍ତର୍ଗତ ଚଟୁଆସ୍ଥିତ ନୀଳଶୈଳ ପୂଜ୍ୟପୂଜା ସାଂସ୍କୃତିକ ପରିଷଦର ତୃତୀୟ ବାର୍ଷିକ ଉତ୍ସବ ଓ ପୂଜ୍ୟପୂଜା ଆସର ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ନୂଆଗାଁର ପ୍ରସିଦ୍ଧ ମହାବୀର ପୀଠର ବାବା ଶ୍ରୀ ରାଜୀବ ଲୋଚନ ଦାସ ମହାରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ମଣିଷ ଜୀବନରେ ଭଗବତ ଚେତନା ସହିତ ସେବା ହିଁ ପରମ କର୍ତବ୍ୟ ବୋଲି କହିଥିଲେ । ଏହି ଅବସରରେ ସମାଜର ବିଭିନ୍ନ ସ୍ତରର କୃତିତ୍ୱ ହାସଲ କରିଥିବା ଶିକ୍ଷାବିତ୍, ପଣ୍ଡିତ ରାଜେନ୍ଦ୍ର ତ୍ରିପାଠୀ, କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ବିଶିଷ୍ଟ ସ୍ତମ୍ଭକାର ଶଙ୍କର୍ଷଣ ସ୍ୱାଇଁ, ସୁଧାଂଶୁ ମୋହନ ଶତପଥୀ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅଞ୍ଚଳର ବରିଷ୍ଠ ନାଗରିକ ମାନଙ୍କୁ ଏହି ଅବସରରେ ବସ୍ତ୍ର ପ୍ରଦାନ କରାଯାଇଥିଲା । ପରିଷଦର ସଭାପତି ପ୍ରଶାନ୍ତ ବାରିକ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ସଂଗ୍ରାମ ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ରମେଶ ମଲ୍ଲ, ଚିନ୍ମୟୀ ସାମଲ, ସମ୍ବିତ୍ ପାତ୍ର, ପ୍ରିୟରଞ୍ଜନ ସ୍ୱାଇଁ, ଦୀପକ କୁମାର ସାହୁ, ରତିକାନ୍ତ ମଲ୍ଲ, ଦୀପକ କୁମାର ପାତ୍ର, ଆଲୋକ ଅବିନାଶ ବିଶ୍ୱାଳ, ରଶ୍ମିତା ମଲ୍ଲ ଏବଂ ଲିପ୍ସା ପରିଡା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
![]() |
Jagatasingpur |