Breaking News

କଲ୍ୟାଣପୁର ପଞ୍ଚାୟତ ପ୍ରିମିୟମ ଲିଗ ଉଦଯାପିତ


 D Senapati
Delang
ଡେଲାଙ୍ଗ-- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଡିଆରେ ଅନୁଷ୍ଠିତ ପଞ୍ଚାୟତ ଲିଗ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।  ୬ଟି ଦଳ ଯୋଗ ଦେଇଥିଲେ  । ଆଜି ଶେଷ ବା ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା  ।  ପ୍ରଥମେ ଟଚ ଜିତି ପ୍ଳାଇଙ୍ଗି ଡଲଫିନ କ୍ରିକେଟ କ୍ଳବ ବ୍ୟାଟିଂ କରି ୧୨ ଓଭରରେ ୬ ଉଇକେଟ ହରାଇ ୧୨୬ ରନ କରିଥିଲା  । ଜବାବରେ ରିଜିଙ୍ଗି ଷ୍ଟାର କ୍ରିକଟେ କ୍ଳବ ୮ ଉଇକେଟ ହରାଇ ୭୫ ରନ କରିଥିଲେ  । ପ୍ଳାଇଙ୍ଗି ଡଲଫିନ କ୍ରିକେଟ କ୍ଳବ ରିଜିଙ୍ଗି କ୍ରକେଟ କ୍ଳବକୁ ୫୧ ରନରେ ହରାଇ ଏ ବର୍ଷର ଚମ୍ପିୟାନ ହୋଇଛି । ଗଣେଶ ପ୍ରଧାନ ଓ ସନ୍ତୋଷ ମହାନ୍ତି ମ୍ୟାଚ ପରିଚାଳନା କରିଥିଲେ  । ଅନୁଷ୍ଠିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସଂଜୟ ରାଉତରାୟ, ସୁଦର୍ଶନ ପରିଡା ଓ ଟିଟୁ ଭଟ୍ଟ ଯୋଗଦେଇ ରନସ ଦଳକୁ ରନସ କପ ଓ ଚମ୍ପିୟାନ ଦଳକୁ ସିଲଡ ପ୍ରଦାନ କରିଥିଲ  । ମ୍ୟାନ ଅଫ ଦି ମ୍ୟାଚ ଭାବେ ସୁଦର୍ଶନ ପ୍ରଧାନ, ବେଷ୍ଟ ବୋଲର ଜ୍ୟୋତି ରଞ୍ଜନ ପ୍ରଧାନ, ବେଷ୍ଟ ବ୍ୟାଟସମ୍ୟାନ ଆରତ ରାୟ ଓ ବେଷ୍ଟ ଅର୍ଗ୍ରାନାଇଜର ସୁଧାକର ପ୍ରଧାନଙ୍କକୁ ଅତିଥିମାନେ ସମ୍ମାନୀତ କରିଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts