Breaking News

ସ୍ୱର୍ଣ୍ଣଲତା ପଟ୍ଟନାୟକଙ୍କ ପ୍ରତିମୂର୍ତି ଉନ୍ମୋଚନ

କୁଜଙ୍ଗ ---- କୁଜଙ୍ଗ ଅଞ୍ଚଳର ବଳରମପୁର ଗ୍ରାମର ସୁନାମଧନ୍ୟ ଶିକ୍ଷକ ତଥା ବିଶିଷ୍ଟ କୃଷକ ତଥା ଶିକ୍ଷକ ନେତା ସମାଜସେବୀ ୰ ବିଭୂତି ଭୂଷଣ ପଟ୍ଟନାୟକଙ୍କ ଧର୍ମପତ୍ନୀ ସ୍ୱଣ୍ଣଲତା ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ ଓ ସ୍ମୃତିସଭା ବଳରାମପୁର ଠାରେ ପାଳିତ ହୋଇଯାଇଛି । ବିଶଷ୍ଟ ସମାଜସେବୀ ତଥା ପରଦାର ସମ୍ପାଦକ ସରୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିଲେ  ।  ଅନୁଷ୍ଠିତ ସ୍ମୃତି ସଭାରେ ପଞ୍ଚାୟତ ରାଜ ପାନୀୟ ଜଳ, ନଗର ଉନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ୱର୍ଗତା ସ୍ୱର୍ଣ୍ଣଲତା ପଟ୍ଟନାୟକଙ୍କ ପୂର୍ଣ୍ଣଅବବ୍ୟୟ ପ୍ରତିମୂର୍ତିକୁ ଉନ୍ମୋଚନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଦିବଂଗତାଙ୍କ ଉଦେଶ୍ୟରେ ସ୍ମରଣିକା ‘ସ୍ୱର୍ଣ୍ଣରେଣୁ’କୁ  ଅନାବରଣ କରିବା ସହିତ ସ୍ୱର୍ଗତ ବିଭୂତି ପଟ୍ଟନାୟକଙ୍କ ସଂଗ୍ରାମୀ ଜୀବନକୁ ସ୍ମରଣ କରି ସ୍ୱର୍ଣ୍ଣଲତା ଦେବୀଙ୍କ ପ୍ରେରଣା, ସହଯୋଗ ତଥା ଏତେବଡ ପରିବାରକୁ ଶିକ୍ଷା ଓ ସଂସ୍କାର ଦେବାରେ କରିଥିବା ମହନୀୟ ଉଦ୍ୟମକୁ ପ୍ରସଂଶା କରିଥିଲେ । ଏହି ଅବସରରେ ସମ୍ମାନୀତ ଅତିଥିରୂପେ ଜଳସମ୍ପଦ ଓ ସଚନା ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ବିଶିଷ୍ଟ ସମ୍ୟବାଦୀ, କନ୍ଧଚାଷୀ ଆନ୍ଦୋଳନର ପ୍ରମୁଖ ପୁରୋଧା ବିଭୂତି ବାବୁଙ୍କୁ ସ୍ମରଣ କରିବା ସହତ ତାଙ୍କ ପତ୍ନୀ ସ୍ୱଣ୍ଣଲତା ଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରଥିଲେ । ଏହି ଅବସରରେ ଜଗତସିଂହପୁର ଲୋକ ସଭା ସାଂସଦ ଡ. ରାଜଶୀ ମଲିକ୍, ପାରାଦ୍ୱୀପ ବିଧାୟକ ସମ୍ବିତ କୁମାର ରାଉତରାୟ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ତିର୍ତ୍ତେଲ ବିଧାୟକ ବିଷ୍ଣୁ ଦାସ,  ପୂର୍ବତନ ସାଂସଦ ଡ. କୁଳମଣି  ସାମଲ, ପାରାଦୀପ ଅତରିକ୍ତ ଜିଲାପାଳ କାହ୍ନୁ ଚରଣ ଧୀର, ତିର୍ତ୍ତୋଲ ଏସ୍ଡପିଓ ଦୀପକ  ଜେନା, ଏରସମା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ମାଝୀ, ଶାରଳା ମହାବିଦ୍ୟାଳୟ ରାହାମାର ଅଧ୍ୟକ୍ଷ ଶରତ ଚନ୍ଦ୍ର ସାହୁ, ଆଦିକବି ସାରଳାଦାସ ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ୟାପ୍ ଟେନ୍ ଜ୍ଞାନେନ୍ଦ୍ର ସାମନ୍ତରାୟ, କୁଜଙ୍ଗ ମହାବିଦ୍ୟାଳୟର ଅଧ୍ୟାପକ ତପନ କୁମାର ସାହୁ, ଜଗତସିଂହପୁର ଜିଲା ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ରଂଜିତ କୁମାର ବେହେରା, ପୂର୍ବ ଭାରତ ତୈଳ ବିଶୋଧାନାଗାର ଶ୍ରମିକ ସଂଘର ସାଧାରଣ ସମ୍ପାଦକ ରଂଜନ କୁମାର ପଲାଇ, ଶିକ୍ଷାବିତ୍ ନିଶାକର ମୁଦୁଲି, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ସେନାପତି, ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଶିକ୍ଷକ ମନୋରଂଜନ ଦାସ, ପଣ୍ଡିତ ଉପେନ୍ଦ୍ର ମିଶ୍ର, ବିଶ୍ୱାଳୀ ସରପଂଚ ସୁପ୍ରଭା ସାହୁ, ସମାଜସେବୀ ନିତ୍ୟାନନ୍ଦ ମହାନ୍ତି   ପ୍ରମୁଖ ଯୋଗଦେଇ ସ୍ୱର୍ଣ୍ଣଲତା ଦେବୀଙ୍କ ଧର୍ମପରାୟଣତା, ସହନଶୀଳତା ତଥା ପରୋପକାର ଭାବକୁ ସ୍ମରଣ କରି ତାଙ୍କ ତ୍ୟାଗର ପଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ ଶ୍ରମିକ ନେତ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ, ସୁବୋଧ ପଟ୍ଟନାୟକ, ଆଇନଜିବୀ ସୁଶାନ୍ତ କୁମାର ପଟ୍ଟନାୟକ, ସଂଗ୍ରାମ  ପଟ୍ଟନାୟକ, ସଂଜୀବ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
 P mohapatra
Jagasinghpur

Blog Archive

Popular Posts