ସତ୍ୟବାଦୀ ବ୍ଳକ ପ୍ରାଥମିକ ଶିକ୍ଷକ ୟୁନିୟନର ନୂତନ କର୍ମକର୍ତ୍ତା ନିର୍ବାଚିତ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ପ୍ରାଥମିକ ଶିକ୍ଷକ ୟୁନିୟନର ନୂତନ କର୍ମକର୍ତ୍ତା ନିବାଚନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଗଠନର ସମ୍ପାଦକ ରାଜ କିଶୋର ସାହୁଙ୍କ ତତ୍ତ୍ୱବଧାନରେ ସାକ୍ଷୀଗେ।।ପଳ ପାନ୍ଥଶାଳା ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଂଗଠନର ବରିଷ୍ଠ ଉପସଭାପତି ବିଜୟ କୁମାର ମହାନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ ରୁପେ ଯୋଗ ଦେଇ ନିର୍ବାଚନ ବୈଠକ କାର୍ଯ୍ୟ ସମ୍ପାଦନ କରିଥିଲେ । ରାଜ୍ୟ ସଂଗଠନର ସଭ୍ୟ ରାମ ନାରାୟଣ ମିଶ୍ର, ଜିଲ୍ଲା ସଂଗଠନର ସଭ୍ୟ ଶକ୍ତି ପ୍ରସନ୍ନ ମିଶ୍ର, ସଦର ବ୍ଳକ ସଂଗଠନର ସମ୍ପାଦକ ଧୀରେନ କୁମାର ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ । ସଭାପତି ଭାବେ ପ୍ରହଲ୍ଲାଦ ଦାଶ, ଉପ ସଭାନେତ୍ରୀ ପୂର୍ଣ୍ଣବାସିନୀ ଦାସ, ଉପସଭାପତି ରବିନ୍ଦ୍ର ନାଥ ଭୋଇ, ସମ୍ପାଦକ ବିଜୟ କୁମାର ନନ୍ଦ, ଯୁଗ୍ମ ସମ୍ପାଦକ ତପସ୍ୱିନୀ କର, ଯୁଗ୍ମ ସମ୍ପାଦକରାମଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ରବିନ୍ଦ୍ର କୁମାର ମଲ୍ଲିକ, ସଂଯୋଜକ ଭାବେ ସତ୍ୟବାଦୀ ସ୍ୱାଇଁ ଓ କୋଷାଧ୍ୟକ୍ଷ ଭାବେ ପରେଶ ଚନ୍ଦ୍ର ମହାନ୍ତି ନିର୍ବାଚିତ ହୋଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି