Breaking News

ଉତ୍କଳ ମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ


 D senapati
Sakhigopal
ସାକ୍ଷୀଗୋପାଳ ----  ସତ୍ୟବାଦୀ ବ୍ଳକ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ୪୩ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନିହାର ରଞ୍ଜନ ଦାଶ କ୍ରୀଡା ଉତ୍ସବକୁ ଉଦଯାପନ କରି ଶିକ୍ଷା ଓ କ୍ରୀଡା ଗୋଟିଏ ମୁଦ୍ରାର ଉଭୟପାଣ୍ୱର୍ ବୋଲି କହିଥିଲେ  ।ଏହି ଅବସରରେ କ୍ରୀଡାରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ  । ଆଥଲେଟିକ କ୍ଳବର ଉପସଭାପତି ପ୍ରଫେସର ଶଙ୍କର୍ଷଣ ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦ ବୋଧନ ଦେଇଥିଲେ  । ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ, ଅଧ୍ୟାପକ, ଅଧ୍ୟାପିକା କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ  । ଯୁକ୍ତ ଦୁଇ ବାଳିକା ବିଭାଗରେ ଅଞ୍ଜନା ପ୍ରଧାନ ୨ୟ ବର୍ଷର କଳା ଛାତ୍ରୀ ଚମ୍ପିୟାନ ହୋଇଥିବା ବେଳେ ବାଳକ ବିଭାଗରେ ଜଗଦିଶ ବରାଳ ପ୍ରଥମ ବର୍ଷର କଳା ଛାତ୍ର ଚମ୍ପିୟାନ ହୋଇଛି । ସେହିପିର ଯୁକ୍ତ ତିନି ବାଳିକା ବିଭାଗରେ ଦିବ୍ୟଜ୍ୟୋତି ସ୍ୱାଇଁ ୨ବର୍ଷ କଳା ଛାତ୍ରୀ ଚମ୍ପିୟାନ ହୋଇଛି । ଯୁକ୍ତ୩ ବିଭାଗରେ ଧନଞ୍ଜୟ ପ୍ରଧାନ ୨ୟ କଳା ଛାତ୍ରଚମ୍ପିୟାନ ହୋଇଛନ୍ତି । ବେଷ୍ଟ ଭଲେଣ୍ଟିରୀ ଭାବେ ଯୁକ୍ତ ୩ ର ୨ ବର୍ଷର କଳା ଛାତ୍ରୀ ପାର୍ବତୀ ମହାରଣା ଓ ଯୁକ୍ତ ୩ ୨ବର୍ଷର ବାଣିଜ୍ୟ ଛାତ୍ର ଅରମାନ ଖାନ ମନୋନୀତ ହୋଇଛନ୍ତି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Popular Posts