Breaking News

ଦାଦା ବଟି ନ ଦେବାରୁ ଯୁବକଙ୍କୁ ହାଣିଲେ ଦୁବୁର୍ତ୍ତ

ଡେଲାଙ୍ଗ ----ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ଗ୍ରାମର ପାଟ୍ଟଶାଣୀ ସାହିର  ଜୟନ୍ତ ପାଟ୍ଟଶାଣୀଙ୍କୁ  ବୁଧବାର ବିଳମ୍ବିତ ରାତିରେ ସେ ନିଜ ଟ୍ରଲିରେ କଅଁଳାପଡାରୁ ଲାଇଟି ଓ ସାଊଣ୍ଡ କାମ ସାରି ନିଜ ଟଲିରେ  ଘରକୁ ଫେରୁଥିବା ସମୟରେ କେତକ ଦୁବୁର୍ତ୍ତ  ତାଙ୍କୁ ମାରଣାତ୍ମଙ୍କ ଆକ୍ରମଣ କରିଛନ୍ତି । ଏ ସମ୍ପର୍କରେ ଡେଲାଙ୍ଗ ଥାନାରେ ଏକ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଜୟନ୍ତ କଅଁଳପଡା ଗ୍ରାମରେ ସାଉଣ୍ଡ ଏ ଲାଇଟି କାମ ସାରି ଘରକୁ ଫେରିବା ସମୟରେ ଘୋରଡିଆ ଗ୍ରାମର ରାଧାକାନ୍ତ ମଠ ନିକଟରେ ଚିକୁ ଧାଉଡିଆ, କୁଣ୍ଡେଇ ରାଉତରାୟ, ମଣ୍ଟୁ ରାଉତରାୟ, ଲିଟୁ ରାଉତରାୟ ଅଟକାଇ କେତେ ଟଙ୍କା ଆଣିଛୁ ଦେ ବୋଲି କହିଥିଲେ । ଜୟନ୍ତ ଏହାକୁ ବିରୋଧ କରିବା ସହ ଯୁବକ ମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା  । ଶେଷରେ ଯୁବକ ମାନେ ଜୟନ୍ତକୁ ତଳେ ପକାଇ ମାଡ ମାରିବା ସହ ତା ମୁଣ୍ଡକୁ ହାଣି ଦେଇଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଜୟନ୍ତ ପକେଟରୁ ୨୦ ହଜାର ଟଙ୍କା ଓ ମୋବାଇଲି ଫୋନ ସହିତ ଲାଇଟି ଓ ସାଉଣ୍ଡର ବିଭିନ୍ନ ସମାଗୟୀ ଲୁଟ କରି ନେଇଥିବା ସମ୍ପର୍କରେ ଅଭିଯୋଗ କରିଥିବା ଜଣାପଡିଛି । ଡେଲାଙ୍ଗ ମେଡିକାଲରେ ପ୍ରାଥମିକ ଚିକିତ୍ସା ହୋଇଥିବା ଜଣାପଡିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
D Senapati
Delang

Blog Archive

Popular Posts